ଓଡିଶା

odisha

kashi dev diwali 2023

By ETV Bharat Odisha Team

Published : Nov 28, 2023, 6:22 AM IST

ETV Bharat / videos

ଦେବ ଦୀପାବଳିରେ ଝଲସିଲା କାଶୀ, ୧୨ ଲକ୍ଷ ଦୀପରେ ଆଲୋକିତ ଘାଟ

ଲକ୍ଷ୍ନୌ:ଦେବ ଦୀପାବଳି ପାଇଁ ସଜେଇ ହୋଇଛି କାଶୀ ।  ଦଶାଶ୍ବମେଧ ଘାଟରେ ଆରମ୍ଭ ହୋଇଛି ମହାଆଳତୀ । ଏହି ଆଳତୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ବରୁ ସନ୍ଧ୍ୟା ସମୟରେ ବାରଣାସୀର ନମୋ ଘାଟରୁ ଦୀପ ପ୍ରଜ୍ଜ୍ବଳିତ କରି ଦେବ ଦୀପାବଳିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ଭବ୍ୟ ଆୟୋଜନରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ସମେତ ଅନେକ ବିଦେଶୀ ପ୍ରତିନିଧି ସାମିଲ ହୋଇଛନ୍ତି । କାଶୀ ଘାଟରେ ଏହି ଅବସରରେ ପ୍ରାୟ ୧୨ ଲକ୍ଷ ଦୀପ ଲଗାଯାଇଥିବା ବେଳେ ଆଲୋକିତ ହୋଇଉଠିଛି ଏହି ଧାର୍ମିକ ସ୍ଥଳୀ । ଏହି ଅବସରରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଗ୍ରୀସ ରାଷ୍ଟ୍ରଦୂତ ଦିମିତ୍ରିୟୋସ ଇଓନ୍ନୋ କହିଛନ୍ତି, "ଅବିଶ୍ବନୀୟ ଅନୁଭବ ଥିଲା । ଏହାଦ୍ବାରା ଦୁଇ ଦେଶର ସମ୍ପର୍କ ମଧ୍ୟରେ ନିବିଡତା ଆସିଥିବା ବେଳେ ଆମକୁ ଭାରତର ସଂସ୍କୃତି ସମ୍ପର୍କରେ ଜାଣିବାକୁ ସୁଯୋଗ ମିଳିଲା ।"  

ଏହା ବି ପଢନ୍ତୁ- ଦେବ ଦୀପାବଳି ୨୦୨୩: ବାରଣାସୀରେ ଗଙ୍ଗା ଆଳତୀ ଦେଖିଲେ ୭୦ ଦେଶର ରାଷ୍ଟ୍ରଦୂତ

ABOUT THE AUTHOR

...view details