ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦୟୀ ନଦୀ ଘାଟରେ ଡଙ୍ଗା ଭସାଇବା ପାଇଁ ଭକ୍ତଙ୍କ ଭିଡ
Published : Nov 27, 2023, 10:59 AM IST
ଭୁବନେଶ୍ବର : ଆ-କା-ମା-ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ । ଏନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ଅବସରରେ ଦୟା ନଦୀ ଘାଟରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ରାତ୍ରି ପ୍ରାୟ ୨ଟାରୁ ଶ୍ରଦ୍ଧାଳୁମାନେ ଦୟା ଘାଟରେ କଦଳୀ ପାଟୁକା ଓ ସୋଲରେ ତିଆରି ବିଭିନ୍ନ ରଙ୍ଗ ବେଙ୍ଗରକ ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି । ତେବେ ହିନ୍ଦୁ ଧର୍ମର ସଂସ୍କୃତି, ଐତିହ୍ୟ ପରମ୍ପରାକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ ମାନଙ୍କରେ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ବୋଇତ ଭସାଇଛନ୍ତି । ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ପର୍ବକୁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ସେହିପରି କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି ।
ଏହା ମଧ୍ୟ ପଢନ୍ତୁ- ମହାନଦୀ କୂଳରେ ବୋଇତ ବନ୍ଦାଣ , ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଇଟିଭି ଭାରତ, ଭୁବନେଶ୍ବର