ବଞ୍ଚିଛି ପରମ୍ପରା, ଉଜ୍ଜୀବିତ ହେଉଛି ଇତିହାସ; ଆଦିବାସୀଙ୍କ କରମା ପୂଜା - ବାଲେଶ୍ବରରେ କରମ ପୂଜା
🎬 Watch Now: Feature Video
Published : Oct 26, 2023, 5:12 PM IST
ବାଲେଶ୍ବର: ଆମ ସଂସ୍କୃତି ଆମ ପରମ୍ପରା ସତରେ ଭାରି ନିଆରା । ସେଥିପାଇଁ ତ ସମସ୍ତଙ୍କ ଠୁ ଭିନ୍ନ ଓଡିଶା ଏବଂ ଓଡ଼ିଶାର ସଂସ୍କୃତି ଆଉ ପରମ୍ପରା । ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଆଜି ବି ଜୀବିତ ରହିଛି କରମା ପୂଜା । ଏହି ପରମ୍ପରାକୁ ବଜାୟ ରଖି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବଣା ଗାଁର ଆଦିବାସୀମାନେ ଶ୍ରଦ୍ଧା ଓ ଭକ୍ତିର ସହ କରମା ପୂଜା ଧୁମଧାମରେ ପାଳନ କରୁଛନ୍ତି । ଖାଲି ସେତିକି ନୁହେଁ ପୂଜା ସହ ମଉଜ ମଧ୍ୟ କରିୁଥିବା ଦେଖିବାକୁ ମିଳିଛି ।
କରମା ପୂଜା ୩ ଦିନ ଧରି ଚାଲିଥାଏ । ଏହି ସମୟରେ ପୂଜାର୍ଚ୍ଚନା ସହ ମାଦଳ ଏବଂ ଅନ୍ୟ ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ଆଦିବାସୀମାନଙ୍କର ନିଷ୍ଠାର ସହ ପୂର୍ବ ପୁରୁଷରୁ ଏହି ପରମ୍ପରାକୁ ପାଳି ଆସୁଛନ୍ତି । ଏହି ଐତିହାସିକ କରମା ପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣି ଦେଇଥାଏ ବୋଲି ବିଶ୍ବାସ।
କରମା ପୂଜା ପାଇଁ ଆଦିବାସୀମାନେ ପ୍ରଥମେ ନଦୀରରୁ ବାଲି ଆଣି ସେଥିରେ ମୁଗ ପକାଇଥାନ୍ତି । ମୁଗ ଗଜା ହେବା ପରେ କଇଁ ଗଛର ଡାଲକୁ ପୋତି ପୂଜା କରିଆନ୍ତି । ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ୍ବ ହେବ ଆଦିବାସୀ ଲୋକମାନେ ମାନସିକ ପୂରଣ ଏବଂ ଗ୍ରାମବାସୀଙ୍କ ମଙ୍ଗଳ କାମନା ପାଇଁ କରମା ପୂଜା କରିଥାନ୍ତି । କରମା ମାନେ ଶିବ ଓ ଧରମା ମାନେ ପାର୍ବତୀ ବୋଲି ମାନି ବହୁତ ଧୁମଧାମରେ ପୂଜାର୍ଚ୍ଚନା କରିବା ସହ ସବୁ ବୟସର ଲୋକମାନେ ମିଳିମିଶି ଗୀତ ଗାଇ ନାଚିଥାନ୍ତି । ଖାଲି ସେତିକି ନୁହେଁ ହାଣ୍ଡିଆକୁ ପ୍ରସାଦ ଭାବେ ସେବନ କରି ଅତି ଖୁସିରେ ରାତିସାରା ନାଚ ଗୀତରେ ସମସ୍ତେ ମସ୍ଗୁଲ ରହିଥାଆନ୍ତି । ଆଦିବାସୀମାନେ ଏହି ପର୍ବକୁ ବର୍ଷକ ଭିତରେ ତାଙ୍କର ସବୁଠାରୁ ବଡ଼ ପର୍ବ ବୋଲି ମାନିଥାନ୍ତି । ୩ଦିନ ଧରି କରମା ପୂଜା ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଲୋକଙ୍କ ଭିଡ଼ ଜମିଥାଏ ।
ଏହା ମଧ୍ୟ ପଢନ୍ତୁ:ରାତି ତମାମ ଦେଶିଆ ନାଟରେ ଝୁମିଲେ ଆଦିବାସୀ ଆବାଳ ବୃଦ୍ଧ ବନିତା
ଇଟିଭି ଭାରତ, ବାଲେଶ୍ବର