ଓଡିଶା

odisha

By

Published : Dec 26, 2022, 7:17 PM IST

Updated : Feb 3, 2023, 8:37 PM IST

ETV Bharat / videos

ଅଭିନେତା ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ଏହା ଏକ ହତ୍ୟାକାଣ୍ଡ: କପୁର ହସ୍ପିଟାଲ କର୍ମଚାରୀ

ମୁମ୍ବାଇ: 'ବଲିଉଡ଼ର ଲୋକପ୍ରିୟ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା (Actor Sushant Singh Death Case) ।' ଏଭଳି ବଡ଼ ବୟାନ ଦେଇଛନ୍ତି ସୁଶାନ୍ତଙ୍କ ବ୍ୟବଚ୍ଛେଦ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ତଥା କପୁର ହସ୍ପିଟାଲ କର୍ମଚାରୀ ରୂପକୁମାର ଶାହା (Kapoor Hospital Worker Rupkumar Shah)। ଏନେଇ ସେ କହିଛନ୍ତି, "ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ପୋଷ୍ଟମର୍ଟମ ପାଇଁ ୫ଟି ମୃତଦେହକୁ କପୁର୍ ହସ୍ପିଟାଲ (ମୁମ୍ବାଇ) କୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭିଆଇପିଙ୍କ ମୃତଦେହ ଥିଲା। ଯେତେବେଳେ ଆମେ ପୋଷ୍ଟମର୍ଟମ ପାଇଁ ଯାଇଥିଲୁ, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ସେ ଥିଲେ ସୁଶାନ୍ତ ସିଂ ରାଜପୁତ। ତାଙ୍କ ଦେହରେ ଅନେକ ଦାଗ ବା ଚିହ୍ନ ଏବଂ ବେକରେ ଦୁଇ-ତିନି ଚିହ୍ନ ରହିଥିଲା । ମୁଁ ମୃତଦେହ ଦେଖୁ ଦେଖୁ ଏହା ହତ୍ୟା ବୋଲି କହିଥିଲି । ତେଣୁ ଆମେ ଯାହା କରିଥିଲୁ, ତାଙ୍କରି ଆଦେଶରେ କରିଥିଲୁ। ପୂର୍ବରୁ ଏକଥା କହିନଥିଲି । ଏବେ ସରକାର ବଦଳିବା ପରେ କହିଲି । "
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details