ଓଡିଶା

odisha

young man set fire in bike

ETV Bharat / videos

ମିଳିଲାନି ଚାବି, ବାଇକ୍‌ରେ ନିଆଁ ଲଗାଇ ଦେଲେ ଯୁବକ - ବାଇକରେ ନିଆଁ ଲଗାଇ ଦେଲେ ଯୁବକ

By

Published : May 16, 2023, 9:16 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଅଜବ ଘଟଣା । ଚାବି ନମିଳିବାରୁ ବାଇକରେ ନିଆଁ ଲଗାଇ ଦେଲେ ଯୁବକ । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ବାଇକ । ନିଶାସକ୍ତ ଅବସ୍ଥାରେ ଏପରି ଅଜବ କାଣ୍ଡ ଘଟାଇଥିଲେ ଯୁବକ । କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ପୋଲ ନିକଟରେ ସଞ୍ଜୟ ନଗର ଖାଲଓ୍ବା ନାମକ ଯୁବକ ଗାଡିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଯୁବକ ଜଣଙ୍କ ବହୁ ସମୟ ଧରି ଗାଡି ଚାବି ଖୋଜୁଥିଲେ । କିନ୍ତୁ ନପାଇବାରୁ କ୍ରୋଧିତ ହୋଇ ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ବାଇକଟି ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ କରିଥିଲା । ସ୍ଥାନୀୟ ଲୋକେ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଯୁବକ ଜଣଙ୍କୁ ପୋଲିସ ପଚରାଉଚରା କରିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । 

ABOUT THE AUTHOR

...view details