ଓଡିଶା

odisha

kalki besha of lord jagannath

ETV Bharat / videos

ନବମୀ ତିଥିରେ କଲକୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - ଆଜି ପବିତ୍ର ବାହୁଡା ଯାତ୍ରା

By

Published : Jun 28, 2023, 10:20 AM IST

ସୁବର୍ଣ୍ଣପୁର: ଆଜି ପବିତ୍ର ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଭାଇଭଉଣୀଙ୍କୁ ସାଥୀରେ ଧରି ବଡଦେଉଳକୁ ବାହୁଡିବେ କାଳିଆ ଠାକୁର । ଆଜି ଦଶମୀ ତିଥିରେ ବାହୁଡା ଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ, ଯାତ୍ରା କମିଟି ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେହିପରି ଗତକାଲି ଆଷାଢ଼ ଶୁକ୍ଳ ନବମୀ ତିଥିରେ ମହାପ୍ରଭୁ ଶ୍ରୀ ବଡ଼ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କଲକୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ବେନି ଭାଇଙ୍କ ଅନ୍ତିମ ବେଶ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗତକାଲି ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବାକୁ ମିଳିଥିଲା । ତେବେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ନୃସିଂହ ଦେବଙ୍କ ସହିତ ଅବସ୍ଥାନ କରି ବିଭିନ୍ନ ବେଶ ଧାରଣ କରିଛନ୍ତି ମହାପ୍ରଭୁ । ପରମ୍ପରା କ୍ରମେ ସେବାୟତ ମାନେ ବେନି ଭାଇଙ୍କୁ ବେଶ କରୁଥିଲେ । ସେହିପରି ଦେବୋତ୍ତର ବିଭାଗର ସୀମିତ ଆର୍ଥିକ ସହଯୋଗରେ ଯାତ୍ରା କମିଟି ପକ୍ଷରୁ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜ୍ଜିତ କରା ଯିବା ସହିତ ଯାତ୍ରା କମିଟି ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପ୍ରତ୍ୟେକ ଦିନ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ବେନି ମୂର୍ତ୍ତିଙ୍କ ବେଶ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

...view details