Ram Navami: ଡିଜେ ଗୀତରେ ନାଚି ନାଚି ସହର ପରିକ୍ରମା କଲେ କଳିଙ୍ଗ ଯୁବ ବାହିନୀର ସଦସ୍ୟ - କଳିଙ୍ଗ ଯୁବ ବାହିନୀ
ଭୁବନେଶ୍ବର:ଆଜି ପବିତ୍ର ରାମନବାମୀ । ଗୋଟିଏ ପଟେ ରାମ ନାମରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଅନ୍ୟପଟେ ଡିଜେର ତାଳେ ତାଳେ ମସଗୁଲ ହୋଇଛନ୍ତି ରାଜଧାନୀବାସୀ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଗୀତ ଲଗାଇ ଖୁସିରେ ଡ୍ୟାନ୍ସ କରୁଛନ୍ତି କଳିଙ୍ଗ ଯୁବ ବାହିନୀର ସଦସ୍ୟ । ରାମନବମୀ ଅବସରରେ ବିଶାଳ ଶୋଭାଯାତ୍ରା କରାଯାଇ ରାମଙ୍କ ଗୀତର ଧୁନରେ ନାଚିନାଚି ସହର ପରିକ୍ରମା କରିଛନ୍ତି କଳିଙ୍ଗ ବାହିନୀର ସଦସ୍ୟ ମାନେ । ହାତରେ ପତାକା ଧରି ସହର ପରିକ୍ରମା କରିବା ସହ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ରାଜଧାନୀ । ଏହାରି ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ହନୁମାଙ୍କ ବେଶଧାରୀ ଯୁବକଙ୍କର କଦଳୀ ବାଣ୍ଟିବାର ଦୃଶ୍ୟ । ରାସ୍ତାରେ ଯାଉଥିବା ଲୋକଙ୍କୁ ଖୁସି ହୋଇ ସେ କଦଳୀ ଦେଇଥିଲେ ଓ ଲୋକଙ୍କୁ ନିଜ ଠାଣିରେ ମନୋରଞ୍ଜନ କରୁଥିଲେ । ରାଜଧାନୀବାସୀ ମଧ୍ୟ ଏପରି ଦୃଶ୍ୟ ଦେଖି ବେଶ ଖୁସି ପ୍ରକାଶ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର