କାଳରାତ୍ରୀ ବେଶରେ ଦର୍ଶନ ହେଲେ ମା' ସମଲେଇ, ଭାଇଙ୍କ ମଙ୍ଗଳ ମନାସୀ ମଣ୍ଡପରେ ଭଉଣୀଙ୍କ ପୂଜାର୍ଚ୍ଚନା - ସମଲେଇଙ୍କ କାଳରାତ୍ରୀ ବେଶ
Published : Oct 22, 2023, 9:31 AM IST
|Updated : Oct 22, 2023, 9:45 AM IST
ବଲାଙ୍ଗୀର: ଶାରଦୀୟ ଦୁର୍ଗାପୂଜା ପାଇଁ ବିଭିନ୍ନ ଶକ୍ତି ପୀଠରେ ଶରତକାଳୀନ ଷୋହଳ ଦିନାତ୍ମକ ବେଶରେ ଦର୍ଶନ ଦେଉଛନ୍ତି ମା' । ଏହିକ୍ରମରେ ବଲାଙ୍ଗୀରର ବିଭିନ୍ନ ଶକ୍ତିପୀଠରେ ଶକ୍ତି ପୂଜା ଚାଲିଛି । ମନ୍ତ୍ର ତନ୍ତ୍ର ଧ୍ୱନୀରେ ଗୁଞ୍ଜରିତ ହେଉଛି ସାରା ସହର । ମହାସପ୍ତମୀରେ ମା ସମଲେଇ କାଳରାତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ନିକଟରେ ଭାଇ ପାଇଁ ପୂଜା କରିଛନ୍ତି ଭଉଣୀ । ସପ୍ତମୀରେ ମଣ୍ଡପରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ ପାଇଁ ପୂଜା କରିଛନ୍ତି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଳେଇ ପୀଠରେ ମାଙ୍କ ଅଷ୍ଟମୀ ପୂଜା ହୋଇଛି । ମା' ସମଳେଇ ପିଶାଚ ଦୁଶକ୍ତି ଓ ରାକ୍ଷସଙ୍କ ବିନାଶ ପାଇଁ କାଲରାତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମା'ଙ୍କର ଏହି ପ୍ରଚଣ୍ଡ ବେଶ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସପ୍ତମୀ ସନ୍ଧ୍ୟାରେ ମା'ଙ୍କ ନିକଟରେ ଭଉଣୀମାନେ ତାଙ୍କ ଭାଇଙ୍କ ରିଷ୍ଠ ହରଣ ଓ ମଙ୍ଗଳ କାମନା ନେଇ ପୂଜା ଅର୍ଚ୍ଚନା କରିଛନ୍ତି । ନିର୍ଜଳା ଉପବାସ କରି ଭାଇଙ୍କୁ ଭାଇ ଜିଉଁତା ବ୍ରତ ବାନ୍ଧିବେ ଭଉଣୀ । ଏହାକୁ ଭାଇଜିଉଁତିଆ ପର୍ବ ବୋଲି କୁହାଯାଏ । ବଲାଙ୍ଗୀର ପୁରୁଣା ରାଜବାଟି ପୂଜା ମଣ୍ଡପର ପୂଜକ ଦିନ ବନ୍ଧୁ ରଥ କହିଛନ୍ତି ଯେ ମା' ସମଳେଇ କାଲରାତ୍ରୀ ବେଶ ଧାରଣ କରିଛନ୍ତି ଏବଂ ମଣ୍ଡପରେ ମା' ଦୁର୍ଗାଙ୍କ ସପ୍ତମୀ ପୂଜା ହୋଇଛି । ସେହିପରି ଏଥିରେ ଭାଇର ମଙ୍ଗଳ କାମନା କରି ଭଉଣୀମାନେ ମା'ଙ୍କୁ 8 ପ୍ରକାର ଫଳ ପୁଷ୍ପ ଅର୍ପଣ କରି ପୂଜା କରିଛନ୍ତି ।
ଏହା ବି ପଢନ୍ତୁ...ମହାକାଳୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ
ଇଟିଭି ଭାରତ, ବଲାଙ୍ଗୀର