ଓଡିଶା

odisha

ଯୁବକଙ୍କ ସହ ହାତାହାତି ହେଲେ ଯୁବ କଂଗ୍ରେସ ସଭାପତି, ଭିଡିଓ ହେଉଛି ଭାଇରାଲ

By

Published : Oct 29, 2022, 12:29 PM IST

Updated : Feb 3, 2023, 8:30 PM IST

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଓ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଗୋଲାମୁଣ୍ଡା ବ୍ଲକର କୃଷି ବିଭାଗ କାର୍ଯ୍ୟାଳୟରେ ଦୁହିଁଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଦେଖିବାକୁ ମିଳିଛି । ଏହି ଗଣ୍ଡଗୋଳ ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି । ଭିଡିଓରେ ଯୁବକ ଜଣକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ଉପରେ ଚପଲ ଉଠାଉ ଥିବାର ଦେଖାଯାଇଛି । ତେବେ ଘଟଣାକୁ ନେଇ ଉଭୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details