ଓଡିଶା

odisha

ETV Bharat / videos

ବଂଶୀ ବଜାଇ ଗୀତ ଗାଉଛନ୍ତି ଦିବ୍ୟାଙ୍ଗ, ଭିଡିଓ ଭାଇରାଲ - ବଂଶୀରେ ସୁମଧୁର ସ୍ବର ମୂର୍ଚ୍ଛନା

By

Published : Oct 22, 2022, 7:03 PM IST

Updated : Feb 3, 2023, 8:29 PM IST

ଭବାନୀପାଟଣା: ବଂଶୀରେ ସୁମଧୁର ସ୍ବର ମୂର୍ଚ୍ଛନା । ବଂଶୀନାଦରେ ଝରି ପଡୁଛି ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଗୀତ ସହ ଭଜନ । ଜନ୍ମରୁ ଦୁନିଆକୁ ଦେଖିନଥିବା ଦିବ୍ୟାଙ୍ଗ ପବିତ୍ର ଧଙ୍ଗଡ଼ା ମାଝୀଙ୍କ ବଂଶୀ ନାଦରେ ସୁମଧୁର ସ୍ବର ଶୁଣିବା ମାତ୍ରକେ ମନରେ ଭରିଦିଏ ନବ ଉନ୍ମାଦନା । କିନ୍ତୁ ଏତେ ପ୍ରତିଭା ଥାଇ ମଧ୍ୟ ଆଜି ଅଲୋଡା ହୋଇ ଯାଇଛନ୍ତି ଦିବ୍ୟାଙ୍ଗ ପବିତ୍ର । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗାଁର ଦିବ୍ୟାଙ୍ଗ ପବିତ୍ର ଧଙ୍ଗଡାମାଝୀ । ମା କୋଳରୁ ହିଁ ଦୃଷ୍ଟିହୀନ ହୋଇଥିବାରୁ ଅବିବାହିତ ରହିଛନ୍ତି ସେ । କିନ୍ତୁ ନିଜର ଉଦ୍ୟମ ବଳରେ ତାଙ୍କ ଓଠରୁ ଝରି ପଡୁଛି ସୁମଧୁର ବଂଶୀନାଦ । ନିଜର ଅନନ୍ୟ ପ୍ରତିଭା ପାଇଁ ସେ ଅଞ୍ଚଳରେ ସୁପରିଚିତ । ଇଟଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details