ଇସ୍ତଫା ପ୍ରତ୍ୟାହାର କଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି - ଇସ୍ତଫା ପ୍ରତ୍ୟାହାର କଲେ ଅଶୋକ ମିଶ୍ର
ଝାରସୁଗୁଡା: ସକାଳୁ ଇସ୍ତଫା ସନ୍ଧ୍ୟାରେ ଇସ୍ତଫା ପ୍ରତ୍ୟାହାର । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିଶୃତି ପରେ ଇସ୍ତଫା ପ୍ରତ୍ୟାହାର କରିନେଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅଶୋକ ମିଶ୍ର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି l ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିବାପରେ ସେ ପୁଣି ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ଅଶୋକ ମିଶ୍ର l ନିର୍ବାଚନ ରାଣାଙ୍ଗନରେ କଂଗ୍ରେସର ରଣନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିବାସହ ନିଜ ପଦବୀରୁ ଇସ୍ତଫା ଦେଇଥିଲେ l ତେବେ ଦଳୀୟ ସମାଧାନ ଓ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ନିଜର ଇସ୍ତଫା ପ୍ରତ୍ୟାହାର କରିଥିବା କହିଛନ୍ତି ଅଶୋକ ମିଶ୍ର l ଆଜି ସକାଳୁ ଅଶୋକ ନିର୍ବାଚନ ପରିଚାଳନାରେ ଦଳୀୟ ରଣନୀତି ଓ ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।
ଇଟିଭି ଭାରତ, ଝାରସୁଗୁଡା