ଓଡିଶା

odisha

ବାପାଙ୍କ ସ୍ବପ୍ନ ପୂରଣ କରିବୁ : ଦିପାଳୀ ଦାସ

By

Published : Mar 31, 2023, 9:01 PM IST

ETV Bharat / videos

Dipali Das Reaction: ବାପାଙ୍କ ସ୍ବପ୍ନ ପୂରଣ କରିବି କହିଲେ ଦିପାଳୀ ଦାସ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ନେଇ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ସ୍ବର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଛି ଦଳ । ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀପାଳି ପ୍ରାର୍ଥୀ ହେବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଖାଦେଇଛି । ମିଠା ଖୁଆଇ ଖୁସି ବ୍ୟକ୍ତ କରିଛନ୍ତି ବିଜେଡି ସମର୍ଥକ । ଏହାକୁ ନେଇ ଦୀପାଳି କହିଛନ୍ତି ବାପାଙ୍କ ସ୍ବପ୍ନ ସାକାର କରିବେ । ବାପାଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ସେବା କରିବେ । ସେପଟେ ଦୀପାଳିଙ୍କ ଭାଇ ବିଶାଳ ଦାସ ମଧ୍ୟ ଭଉଣୀକୁ ଟିକେଟ ମିଳିବା ପରେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ବାପାଙ୍କ ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି । ଏନେଇ ବିଜେଡି ପ୍ରାର୍ଥିନୀ ଦିପାଳୀ ଦାସଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଗୁରୁଚରଣ ବାଘ ।  

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details