ଓଡିଶା

odisha

Jharkhand Political Crisis: ରାଞ୍ଚି ଫେରିଲେ ୪ ମନ୍ତ୍ରୀ, କ୍ୟାବିନେଟ ବୈଠକରେ ଦେବେ ଯୋଗ

By

Published : Sep 1, 2022, 9:40 AM IST

Updated : Feb 3, 2023, 8:27 PM IST

ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହାରି ମଧ୍ୟରେ ରାୟପୁର ମେଫେୟାରରେ ଥିବା ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତା ୪ ଜଣ ଅନ୍ୟ ମନ୍ତ୍ରୀଙ୍କୁ ନେଇ ରାଞ୍ଚି ଫେରି ଯାଇଛନ୍ତି । ଏହି ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍‌ ବୈଠକରେ ଭାଗ ନେବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାୟପୁର ଆସିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଅଚାନକ ଏହି ଗସ୍ତକୁ ବାତିଲ କରି ଦେଇଥିଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ ବୈଠକ ପରେ ପୁନଃ ସମସ୍ତ ମନ୍ତ୍ରୀ ରାୟପୁର ପ୍ରତ୍ୟାବର୍ତ୍ତନ କରିବେ । ଗତ ମଙ୍ଗଳବାର ସନ୍ଧ୍ୟାରୁ ଝାଡ଼ଖଣ୍ଡର ୩୧ ଜଣ ବିଧାୟକ ରାୟପୁରରେ ରହିଛନ୍ତି । ବିଧାୟକଙ୍କ ସହ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କଂଗ୍ରେସ ପ୍ରଭାରୀ ଓ ଅନ୍ୟ ୮ ଜଣ ମଧ୍ୟ ରାୟପୁରରେ ରହିଥିଲେ । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି । ଏହାକୁ ନେଇ ନିର୍ବାଚନ ଆୟୋଗ ସୂଚିତ କିରଥିଲେ । ଏହାପରେ ହେମନ୍ତ ସୋରେନ ରାଜ୍ୟରେ ଜେଏମ୍‌ଏମ୍‌ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details