ଓଡିଶା

odisha

କଳାହାଣ୍ଡିରେ ଭୈରବଙ୍କ ଦେବଙ୍କ ଝାମୁଯାତ୍ରା

ETV Bharat / videos

କଳାହାଣ୍ଡିରେ ଭୈରବଙ୍କ ଦେବଙ୍କ ଝାମୁଯାତ୍ରା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ - ଭୈରବଙ୍କ ଦେବଙ୍କ ଝାମୁଯାତ୍ରା ନୀତି

By ETV Bharat Odisha Team

Published : Oct 6, 2023, 11:20 AM IST

ଭବାନୀପାଟଣା: କାଳାହାଣ୍ଡିରେ ମହାଅଡ଼ମ୍ବରରେ ଆରମ୍ଭ ହୋଇ ଯାଇଛି ଝାମୁଯାତ୍ରା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ଼, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ପରିପୁଷ୍ଟ ହୋଇଛି ଥୁଆମୂଳ ରାମପୁର  । ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାର ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା ।  

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା । ପଞ୍ଚମୀ ତିଥିରେ ବିଧି ବିଧାନ ପୂର୍ବକ ଭୋରରୁ କାଠଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହାପରେ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମାଁ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା । ପରେ ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳିରେ ଝୁଲିଥିଲେ ।  

ପରେ ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗି ନିଆଁରେ ଚାଲିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ରେ ଝାମୁଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଆଜି ଅନୁଷ୍ଠିତ ଯାତ୍ରାରେ ଏଠାକୁ ଜିଲ୍ଲାସମେତ ପଡୋଶୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।  ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ହୋଇ ଉଠିଥିଲା ଉତ୍ସବ ମୁଖର। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଫୋର୍ସ ମୁତୟନ କରାଯାଇଥିଲା।

ABOUT THE AUTHOR

...view details