ଓଡିଶା

odisha

WATCH VIDEO: ନନ୍ଦନକାନନରେ ଉଦଘାଟିତ ନୂଆ ଶିଶୁ ଉଦ୍ୟାନ, ଉଦ୍ୟାନ ବୁଲି ଦୋଳି ଖେଳିଲେ ସୁର

By

Published : Dec 29, 2022, 9:54 PM IST

Updated : Feb 3, 2023, 8:37 PM IST

ଭୁବନେଶ୍ବର: ଏବେ ବି ବୟସ ହାର ମାନିନାହିଁ । ସେହି ଛୋଟ ପିଲା ଦିନର କଥା ମନେ ପକାଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ (Congress MLA Sura Routray)। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଦୋଳି ଓ ଅନ୍ୟାନ୍ୟ ଖେଳଖୁଦ ସ୍ଥାନ ବୁଲି ଦେଖିବା ସହ ସେଥିରେ ମଧ୍ୟ ନିଜେ ଖେଳିଛନ୍ତି ବିଧାୟକ । ମାଡ଼ି ଚାଲ କହି ସିଡ଼ିରେ ଚଢିଥିବା ଦେଖିବାକୁ ମିଳିଛି । କିଛି ମୁହୂର୍ତ୍ତ ଏଠାରେ ସେ ସମୟ କାଟିଥିଲେ । ଏହି ଶିଶୁ ଉଦ୍ୟାନରେ ମାଗଣାରେ ପିଲାମାନେ ବୁଲାବୁଲି କରିବା ସହ ବିଭିନ୍ନ ଖେଳର ମଜା ନେଇପାରିବେ । ସୂଚନା ଅନୁଯାୟୀ ଆଜି ନନ୍ଦନକାନନର ୬୩ତମ ପ୍ରତିଷ୍ଠା ଦିବସ (63th Nandankanan Foundation Day) । ଏହି ଅବସରରେ ୨ବର୍ଷରୁ ୧୨ବର୍ଷର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ପାର୍କ ଉଦଘାଟିତ ହୋଇଛି । ଏହି ବର୍ଗର ପିଲାମାନେ ଏହି ଉଦ୍ୟାନ ମଧ୍ୟରେ ମାଗଣାରେ ପ୍ରବେଶ କରିବା ସହ ବିଭିନ୍ନ ଖେଳ ଖେଳିପାରିବେ । ଏହା ଆଜି(ଗୁରୁବାର) ବିଧାୟକ ବିଦ୍ୟାଳୟ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଛି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details