ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ରେଶମ ସହର, ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ - ବ୍ରହ୍ମପୁରରେ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ
Published : Sep 6, 2023, 9:57 PM IST
ବ୍ରହ୍ମପୁର: ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଧରାପୃଷ୍ଠରେ ଅବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ପବିତ୍ର ଜନାଷ୍ଟମୀକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ରେଶମ ସହର ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳେ ସହରର ବିଭିନ୍ନ ମନ୍ଦିରରେ ରୀତିନୀତିରେ ପୂଜାର୍ଚ୍ଚନା ପରେ ଦିନ ତମାମ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ । ବ୍ରହ୍ମପୁର ସହରର ହାଉସିଙ୍ଗବୋର୍ଡ ଠାରେ ଥିବା ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ କରାଯାଇଛି । ଅଞ୍ଚଳର ପିଲାଠାରୁ ଆରମ୍ଭ କରି ମହିଳା ମାନେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିଛନ୍ତି । ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶ ଧାରଣ କରିଥିଲେ । ଏଥିରେ ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା, ଗୋପପୁରରେ ଲହୁଣି ଚୋରି, ମାଆ ଯୋଶଦାଙ୍କର ବାତ୍ସଲ୍ୟ ମମତାର ସ୍ନେହ, ଗୋପିଙ୍କ ଗହଣରେ ଗୋପଳୀଳା ଏବଂ ଦହିହାଣ୍ଡି ଭଙ୍ଗା ଭଳି ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ରହିଥିଲା ।
ଇଟିଭି ଭାରତ, ବ୍ରହ୍ମପୁର