ଓଡିଶା

odisha

ଜନ୍ମାଷ୍ଟମୀ ପାଇଁ ରାହାସ ମନ୍ଦିର ଉତ୍ସବ ମୁଖର

ETV Bharat / videos

ଜନ୍ମାଷ୍ଟମୀ ପାଇଁ ରାହାସ ମନ୍ଦିର ଉତ୍ସବ ମୁଖର - କେନ୍ଦୁଝର ଜନ୍ମାଷ୍ଟମୀ

By ETV Bharat Odisha Team

Published : Sep 6, 2023, 5:10 PM IST

Updated : Sep 6, 2023, 5:18 PM IST

କେନ୍ଦୁଝର: ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଯେତେବେଳେ ଧରାପୃଷ୍ଠରେ ପାପୀଙ୍କର ପ୍ରାର୍ଦୁଭାବ ବିଢାଥାଏ ସେତେବେଳେ ଭାଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ପ୍ରଭୁ ଶ୍ରୀହରିଙ୍କର ଧରାବତରଣ ହୋଇଥିଲା । ଭଗବାନଙ୍କ ଲୀଳା ସର୍ବଦା ନିତ୍ୟ ନବୀନ । ଭଗବାନଙ୍କ ଲୀଳାଠାରୁ ଆଉ ଅଧିକ ମଧୂର କିଛି ନାହିଁ ।ମଥୁରା ନଗରୀରେ କଂସର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଯେତେବେଳେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ କଂସ ଯାଉଥିଲା ସେବେ ଆକାଶବାଣୀ ହୋଇଥିଲା ଭଉଣୀ ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ତାକୁ ବଧ କରିବ । ଏହାପରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲା ପ୍ରବଳ ପ୍ରତାପୀ କଂସ । ଦେବକୀଙ୍କ ପ୍ରଥମ 7ଟି ସନ୍ତାନଙ୍କୁ ହତ୍ୟା କରିଥିଲା । ଏହା ପରେ ଅଧର୍ମର ବିନାଶ ପାଇଁ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟ ରାତ୍ରୀରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକ ବିହାରୀ । ଏହି ଜନ୍ମ ଦିନକୁ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ଭାବେ ପାଳନ କରାଯାଏ। 

ଏହା ମଧ୍ୟ ପଢନ୍ତୁ..ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର, ଚାଲିଛି ରାଧାକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଆଜିର ଦିନରେ ସମସ୍ତେ ଶୁଦ୍ଧ ପବିତ୍ର ହୋଇ ଉପାସ ରଖିଥାନ୍ତି । ଏହି ପର୍ବ ପାଇଁ ସବୁ କୃଷ୍ଣ ମନ୍ଦିରରେ ଭିଡ ଲାଗି ରହିଛି। କେନ୍ଦୁଝର ସହରର ସର୍ବ ପୁରାତନ ମନ୍ଦିର ଭାବେ ପରିଗଣିତ ରାହାସ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଭୋଗ ଅର୍ପଣ କରି କୃଷ୍ଣଙ୍କୁ ପୂଜା କରୁଛନ୍ତି । ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Sep 6, 2023, 5:18 PM IST

ABOUT THE AUTHOR

...view details