ଓଡିଶା

odisha

ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

By ETV Bharat Odisha Team

Published : Oct 3, 2023, 9:09 AM IST

ETV Bharat / videos

ବ୍ରହ୍ମପୁରରେ ଆରମ୍ଭ ହେଲା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର:ଗାଁ ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା  । ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ସାସଂଦ ଓ ନେତା  । ଏନେଇ ପବିତ୍ର ଗାନ୍ଧୀ ଜୟନ୍ତୀ ଅର୍ଥାତ ଗତକାଲି ଠାରୁ ସାରା ରାଜ୍ୟରେ ଶୁଭାରମ୍ଭ ହୋଇଛି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ରାଜ୍ୟବ୍ୟାପୀ ପଦଯାତ୍ରା କରିବ ବିଜେଡି । ଏହି ପରିପ୍ରେକ୍ଷୀରେ  ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଏହି ପଦଯାତ୍ରା ସହରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରୁ ଆରମ୍ଭ ହୋଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ସହିତ ସମସ୍ତ ହିତାଧିକାରୀ ପରିବାର ସେଥିରେ ଉପକୃତ ହୋଇପାରିବେ, ସେନେଇ ଅଧିକରୁ ଅଧିକ ଜନସଚେତନତା କରିବା ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଇବା ।

 ଏହା ମଧ୍ୟ ପଢନ୍ତୁ- କଟକରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରହିବ । ତେବେ ଏହି ପଦଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଙ୍ଘମିତ୍ରା ଦଳେଇ ସମେତ ସହରର ବହୁ ନିର୍ବାଚିତ ପ୍ରତିନିଧି ଏବଂ ସହରର କର୍ପୋରେଟରମାନେ ସାମିଲ ହୋଇଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details