ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ନୀର୍ମଳ କୁମାର ସେନାପତି - ସୁକିନ୍ଦା ଥାନାର ଏସଆଇ ନୀର୍ମଳ କୁମାର ସେନାପତି
ଯାଜପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନାର ଏସଆଇ ନୀର୍ମଳ କୁମାର ସେନାପତି । ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ।
ସୂଚନା ମୁତାବକ ସୁକିନ୍ଦା ତହସିଲଦାର ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ଥାନାରେ ଜିମା ଦେଇଥିଲେ । ବୁଧବାର ଦିନ ସୁକିନ୍ଦା ପୋଲିସ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ବାବଦକୁ ଗାଡି ମାଲିକଙ୍କ ଠାରୁ ଏସଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସର ଏକ ଟିମ ଚଢାଉ କରିଥିଲା । ଏନେଇ ଭିଜିଲାନ୍ସ ଟିମ୍ ଏବେ ଏସଆଇ ନିର୍ମଳ ସେନାପତିଙ୍କୁ ଗିରଫ କରିବା ସହିତ ତାଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର