ଓଡିଶା

odisha

ଗାଁ ଗାଁ ବୁଲୁଛି ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ମୁଠେ ଚାଉଳ ଓ ଗୁଆ ସଂଗ୍ରହ

ETV Bharat / videos

ଗାଁ ଗାଁ ବୁଲୁଛି ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ-ଗୁଆ ସଂଗ୍ରହ - ଅର୍ପଣ ରଥ

By ETV Bharat Odisha Team

Published : Jan 9, 2024, 2:36 PM IST

Arpan Ratha:ଗଜପତି:ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସାରା ରାଜ୍ୟରେ ଭକ୍ତି ପରିବେଶ ସୃଷ୍ଟି କରିବା ପାଇଁ ଏବେ ପ୍ରତି ବ୍ଲକରେ ବୁଲିଛି ଅର୍ପଣ ରଥ । ଏହିକ୍ରମରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ବ୍ଲକରେ ଏହି ରଥ ଗାଁକୁ ଗାଁ ବୁଲି ପ୍ରକଳ୍ପ ଲୋକାର୍ପଣ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ମୁଠି ଚାଉଳ ଗ୍ରହଣ କରୁଛି । 

ଏହାମଧ୍ୟ ପଢନ୍ତୁ..ଗଡ଼ିଲା ଅର୍ପଣ ରଥ, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିବ ଚାଉଳ ଓ ଗୁଆ

ପାରଳାଖେମୁଣ୍ଡି ସହରର ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦଘାଟନ କରିଥିଲେ । ଆସନ୍ତା ୩ ଦିନ ଧରି ଏହି ରଥ ସହରର ବିଭିନ୍ନ ସାହି ବସ୍ତି ବୁଲି ମୁଠି ଚାଉଳ ସଂଗ୍ରହ କରିବ । ଏହି କାର୍ଯ୍ୟକ୍ରମ ପାଇଁ ସାରା ଗଜପତି ଜିଲା ଉତ୍ସବ ମୁଖର ହୋଇ ଉଠିଛି । ଖୋଳ, ତାଳ, ମୃଦଙ୍ଗ ଓ କୀର୍ତ୍ତନ ସହ ଯୋଡ଼ି ଶଙ୍ଖ ଓ ଘୋଡ଼ା ନାଚର ତାଳେ ତାଳେ ଏହି ରଥକୁ ସହର ପରିକ୍ରମା କରାଯାଉଛି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି କାର୍ଯ୍ୟ ସମାପନ ହେବ ବୋଲି ଜିଲ୍ଲାାପାଳ କହିଛନ୍ତି ।


ଇଟିଭି ଭାରତ, ଗଜପତି

ABOUT THE AUTHOR

...view details