ବାଲିପାଟଣାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ-ଗୁଆ ସଂଗ୍ରହ - ବାଲିପାଟଣାରେ ଅର୍ପଣ ରଥ
Published : Jan 9, 2024, 8:38 PM IST
Arpan Rath in Balipatna ନିଆଳି:ଗାଁରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ପାରମ୍ପରିକ ବାଦ୍ୟ, ନୃତ୍ୟ ଶୋଭାଯାତ୍ରାରେ ଜଗନ୍ନାଥଙ୍କ ଅର୍ପଣ ରଥ। ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସାରା ରାଜ୍ୟରେ ଭକ୍ତି ପରିବେଶ ସୃଷ୍ଟି କରିବା ପାଇଁ ଏବେ ପ୍ରତି ବ୍ଲକରେ ବୁଲିଛି ଅର୍ପଣ ରଥ । ଏହି କ୍ରମରେ ନିଆଳି ପରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାଯତ ପକ୍ଷରୁ ଜଗନ୍ନାଥଙ୍କ ଅର୍ପଣ ରଥ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବିଭିନ୍ନ ଗାଁକୁ ଶୋଭାଯାତ୍ରାରେ ପରିକ୍ରମା କରିଛି। ଏହି ଶୋଭାଯାତ୍ରାରେ ପାରମ୍ପାରିକ ଘୋଡା ନାଚ, ଘଣ୍ଟ ପାଟୁଆ, ପାଇକ ନୃତ୍ୟ ସାମିଲ ହେବା ସହିତ କଳା ପ୍ରଦର୍ଶନ କରିଥିଲେ। ମହିଳା ଓ ପୁରୁଷମାନଙ୍କ ହରିବୋଲ ଏବଂ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ
ଘରକୁ ଘର ବୁଲି ଗୁଆ, ଅକ୍ଷତ ଓ ବିଭିନ୍ନ ଦାନ ସଂଗ୍ରହ କରିବା ସହିତ ଜଗନ୍ନାଥଙ୍କ ସଂସ୍କୃତିର ପ୍ରସାର ଓ ପଚାର କରୁଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର କାକରୁଦ୍ରପୁର ପଞ୍ଚାୟତ ପକ୍ଷରୁ ଜୟ ଜଗନ୍ନାଥ ଅର୍ପଣ ରଥ ବିଭିନ୍ନ ସାହିକୁ ଯିବା ସହିତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ମାମୁଁ ଘର ମାଧବାନନ୍ଦ ଜୀଉଙ୍କ ନିକଟକୁ ଗଲା ନିମନ୍ତ୍ରଣ ପତ୍ର
ଇଟିଭି ଭାରତ, ନିଆଳି