ଓଡିଶା

odisha

iSRO launches test flight for Gaganyaan mission

ETV Bharat / videos

ଗଗନଯାନ କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ, ଦେଖନ୍ତୁ ଭିଡିଓ - ଗଗନଯାନ ମିଶନ

By ETV Bharat Odisha Team

Published : Oct 21, 2023, 12:28 PM IST

ହାଇଦ୍ରାବାଦ:ମାନବ ମିଶନ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପ୍ରଥମ ପଦକ୍ଷେପ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ 10ଟାରେ ଗଗନଯାନ କ୍ରୁ ମଡ୍ୟୁଲର ପରୀକ୍ଷଣ ସଫଳ ହୋଇଛି । କ୍ରୁ ମଡ୍ୟୁଲାର 17 କିଲୋମିଟର ଉପରକୁ ଉଠି ପାରାସୁଟ୍‌ ମାଧ୍ୟମରେ ପୁଣି ତଳକୁ ଖସିଛି । ଉତକ୍ଷେପଣର 11.9 କିଲୋମିଟର ଉଚ୍ଚରେ ଟିଭି ଡି-1ରେ ରହିଥିବା ପାରାସୁଟ ଖୋଲିଥିଲା । ଏହା ସାହାଯ୍ୟରେ ସଫଳତାର ସହିତ ବଙ୍ଗୋପସାଗର ଜଳରାଶିରେ ସଫଳତା ସହ ଅବତରଣ କରିଥିଲା । ତେବେ ଇସ୍ରୋର ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ତେବେ ମିଶନ ସଫଳ ହେବା ପରେ ବୈଜ୍ଞାନିକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ତେବେ ସମୁଦ୍ରରେ ଅବତରଣ କରିଥିବା କ୍ରୁ' ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନାର ଏକ ଟିମ୍‌ ଅଭିଯାନ ଚଳାଇଥିବା ବେଳେ ଉକ୍ତ କାର୍ଯ୍ୟ ମଧ୍ୟ ସଫଳତାର ସହ ଶେଷ ହୋଇଥିବା ଦେଖାଯାଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା...

ଏହା ମଧ୍ୟ ପଢନ୍ତୁ: Mission Gaganyaan: ସଫଳ ହେଲା ଟେଷ୍ଟ ଫ୍ଲାଇଟ, ଉତ୍‌କ୍ଷେପଣ ହେଲା TV D1

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details