ଓଡିଶା

odisha

ISRO chief S Somanath reaction

ETV Bharat / videos

Chandrayaan 3: ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ; ସେଲିବ୍ରେସନ କଲା ISRO, 40ଦିନ ପରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ

By

Published : Jul 14, 2023, 4:02 PM IST

Updated : Jul 14, 2023, 5:01 PM IST

ଅମରାବତୀ:ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-3 । ଅପରାହ୍ନ 2ଟା 35ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର 3ୟ ମୁନ ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ ହୋଇଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-3 ସଫଳ ଉତକ୍ଷେପଣ କରି କକ୍ଷପଥରେ ପହଞ୍ଚିଛି । ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲ ଦ୍ବାରା ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ହୋଇଥିବା ବେଳେ ଏହା କକ୍ଷପଥରେ ପହଞ୍ଚିସାରିଛି । 

ଏହା ବି ପଢନ୍ତୁ- Chandrayaan-3: ଜହ୍ନରେ ଉଡ଼ିବ ତ୍ରିରଙ୍ଗା ! ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା

ଏହାସହିତ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ। ଉତକ୍ଷେପଣ ସଫଳ ହେବା ପରେ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଇସ୍ରୋର ସେଲିବ୍ରେସନ ଦେଖିବାକୁ ମିଳିଛି। ଏ ନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, " ଚନ୍ଦ୍ରଯାନ-3 ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆମେ ସମସ୍ତେ ଆଶା କରିବା ଯେ ଏହା ସଠିକ ଭାବେ ଚନ୍ଦ୍ରପୃଷ୍ଠରେ ନିର୍ଦ୍ଧାରିତ ସମୟରେ ଅବତରଣ କରିବ। "  ଆସନ୍ତା ଅଗଷ୍ଟ 23 ତାରିଖ ସୁଦ୍ଧା ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଇଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଲଞ୍ଚ ସମୟରେ ସତୀଶ ଧାୱନ ମହାକେଶ କେନ୍ଦରେ ଉପସ୍ଥିତ ଥିଲେ । ସଫଳ ଉତକ୍ଷେପଣ ପରେ ଇସ୍ରୋ ଟିମ ସହ ସେ ଖୁସି ମନାଇଥିବା ଦେଖିବାକୁ ମିଳିଛି।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Jul 14, 2023, 5:01 PM IST

ABOUT THE AUTHOR

...view details