ଓଡିଶା

odisha

Aditya-L1 Mission

ETV Bharat / videos

Aditya-L1 Mission: ‘ସେପ୍ଟେମ୍ବରରେ ଇସ୍ରୋର ମିଶନ ସୂର୍ଯ୍ୟ, ସରିଛି ପ୍ରସ୍ତୁତି’ - ସୂର୍ଯ୍ୟ ମିଶନ

By ETV Bharat Odisha Team

Published : Aug 24, 2023, 1:49 PM IST

Updated : Aug 24, 2023, 3:00 PM IST

ହାଇଦ୍ରାବାଦ:ଚନ୍ଦ୍ରର ଦକ୍ଷିଣ ମେରୁରରେ ଅବତରଣ କରିବାରେ ପ୍ରଥମ ରାଷ୍ଟ୍ର ଭାବେ ବିଶ୍ବବିଦିତ ହେଲା ଭାରତ। ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-3 ର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ମନରେ କ’ଣ ଘଟୁଛି ତାହା ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟକର। ଏହା ଆନନ୍ଦ ହୋଇପାରେ, ଏହା ସଫଳତାର ମୂଳ ହୋଇପାରେ। ଯୋଗଦାନ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି।" ଚନ୍ଦ୍ରରେ ଅବତରଣ କରିବା ପରେ ଇସ୍ରୋ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତି ଶେଷ କରିସାରିଥିବା ବେଳେ ଏନେଇ ମନ୍ତବ୍ୟ ଦେଇଛନ୍ତି ଇସ୍ରୋ ମୁଖ୍ୟ। ତାଙ୍କର କହିବା ଅନୁସାରେ, "ଆଦିତ୍ୟ ମିଶନ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ କରାଯିବ। ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି। ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସକେପ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ। ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ। 2025 ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି।"

ଏହା ମଧ୍ୟ ପଢନ୍ତୁ: Mission Aditya-L1: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’ !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2023, 3:00 PM IST

ABOUT THE AUTHOR

...view details