ଓଡିଶା

odisha

Aditya L1 Mission

ETV Bharat / videos

ସୂର୍ଯ୍ୟ ମିଶନ କାଉଣ୍ଟଡାଉନ ଆରମ୍ଭ, ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ - ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା

By ETV Bharat Odisha Team

Published : Sep 1, 2023, 4:15 PM IST

ହାଇଦ୍ରାବାଦ:ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ।ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଇସ୍ରୋ ମିଶନରେ ଏବେ ସୂର୍ଯ୍ୟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1କୁ ଶନିବାର ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଲଞ୍ଚ କରାଯିବ। ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଥିବା ବେଳେ ଇସ୍ରୋ ମୁଖ୍ୟ ଏସ ସୋମନାଥ ତିରୁପତି ଜିଲ୍ଲାର ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ତେବେ ଇସ୍ରୋ ମୁଖ୍ୟଙ୍କ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନେ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ISRO ମୁଖ୍ୟ ଏସ ସୋମନାଥ କହିଛନ୍ତି, "ଆଦିତ୍ୟ L1 ପାଇଁ କାଉଣ୍ଟଡାଉନ୍ ଆଜି ଠାରୁ ଆରମ୍ଭ ହୋଇଛି। ଆସନ୍ତାକାଲି(ଶନିବାର) ସକାଳ 11ଟା 50 ମିନିଟରେ ଉତକ୍ଷେପଣ ଆରମ୍ଭ ହେବ। ଆଦିତ୍ୟ L1 ଉପଗ୍ରହ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ। L1 ପଏଣ୍ଟରେ ପହଞ୍ଚିବାକୁ 125 ଦିନ ଲାଗିବ। ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ, ତେଣୁ ମୁଁ ଆଜି ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିର ଆସି ଭଗବାନଙ୍କ ଆର୍ଶିବାଦ ନେଇଛି। ମୁଁ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି। "

ତେବେ ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଚନ୍ଦ୍ରଯାନ-4କୁ ନେଇ ପ୍ରଶ୍ନ କରାଯାଇଥିବା ଉତ୍ତରରେ ସୋମନାଥ କହିଛଡନ୍ତି, "ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-4 ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ଏନେଇ ଶୀଘ୍ର ଘୋଷଣା କରିବୁ। ଆଦିତ୍ୟ ଏଲ-1 ପରେ ଆମେ ଗଗନଯାଞ୍ଚ ଲଞ୍ଚ କରିବା ନେଇ ଲକ୍ଷ୍ୟ ରଖିଛୁ।"

ଏହା ମଧ୍ୟ ପଢନ୍ତୁ: Aditya-L1: ଭଗବାନଙ୍କ ଶରଣରେ ଇସ୍ରୋ ବୈଜ୍ଞାନିକ, ତିରୁମାଳା ମନ୍ଦିରରେ କଲେ ପୂଜାର୍ଚ୍ଚନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details