ଓଡିଶା

odisha

ଏସ.ଭି ନିରତାରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

By ETV Bharat Odisha Team

Published : Dec 3, 2023, 10:38 PM IST

ଏସ.ଭି ନିରତାରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

ନିଆଳି: ଭାରତ ସରକାରଙ୍କ ଅଧୀନସ୍ଥ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ ଦ୍ଵାରା ଆଜି ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଗୌରୀଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବେ ଯେଗ ଦେଇଥିବା ବେଳେ , WHOର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ନିହାର ରଞ୍ଜନ ରାୟ, ଆୟୁର୍ବେଦାଚାର୍ଯ୍ୟ ଡକ୍ଟର ଅଜୟ ମହାପାତ୍ର, ଦୂରଦର୍ଶନର ପରିକ୍ରମା ଏବଂ ପାର୍ଲାମେଣ୍ଟ ବ୍ୟାପାର ମୂଖ୍ୟ ସମ୍ମାନୀୟ ଅତିଥି ଭାବେ, ଦିଲ୍ଲୀପ ସାମନ୍ତରାୟ ଯୋଗଦେଇ ଅନ୍ତେବାସୀ ଦିବ୍ୟାଙ୍ଗ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ବିଭିନ୍ନ ଉପଚାର ବିଷୟରେ ପଚାରି ବୁଝିଥିଲେ। କର୍ମଚାରୀ ଓ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ଦ୍ଵାରା ପ୍ରାୟୋଜିତ କାର୍ଯ୍ୟକ୍ରମ ରେ ଭାଗ ନେଇ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ମାନଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଡାକ୍ତର ପବିତ୍ର କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ, ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗଙ୍କୁ ଯୋଡିବାକୁ ପ୍ରୟାସ

ଚଳିତ ବର୍ଷର ମୁଖ୍ୟ କାର୍ଯ୍ୟାନ୍ବିତ ଲକ୍ଷ୍ୟ sustainable development goals for, with and by person's with disability ସମ୍ପର୍କରେ ମୁଖ୍ୟ ଅତିଥି ବ୍ୟାପକ ଆଲୋକପାତ କରିବା ସହ ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ବୃନ୍ଦ ବିଭିନ୍ନ ଦିଗରୁ ବିଚାର ବିମର୍ଷ ଓ ତାର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ । ଏତଦ୍ ବ୍ୟତୀତ ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ଚଳନ ବାଧିତ ଦିବ୍ୟାଙ୍ଗ ମାନଙ୍କର ସେବା କ୍ଷେତ୍ରରେ ଏସ୍ ଭି ନିରତାର ର ମହାନ୍ ଐତିହ୍ୟ ଓ ଅନୁସନ୍ଧାନ ପାରଦର୍ଶିତା ଉପରେ ଚର୍ଚ୍ଚା କରିବା ସହ ଏହା କିପରି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ରେ ପରିଣତ ହୋଇପାରିଛି ଏବଂ ଆଗକୁ ପୂର୍ଣମାତ୍ରାରେ ଏହା ଆର୍ନ୍ତଜାତିକ ସ୍ତରର ଅନୁସନ୍ଧାନ ସଂସ୍ଥାନ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଛି ତାହା ଉପରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ଶେଷରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details