ଓଡିଶା

odisha

ଝାରସୁଗୁଡ଼ାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ETV Bharat / videos

ଝାରସୁଗୁଡ଼ାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ - ବରିଷ୍ଠ ନାଗରିକ ଦିବସ 2023

By ETV Bharat Odisha Team

Published : Oct 1, 2023, 10:10 PM IST

ଝାରସୁଗୁଡ଼ା: ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଗୋପ ଲକ୍ଷ୍ମୀ "ଏକ ପରିବର୍ତ୍ତନଶୀଳ ଦୁନିଆଁରେ ବୟସ୍କ ବ୍ୟକ୍ତିଙ୍କ ସ୍ଥିରତା" ଉପରେ ନିଜର ବକ୍ତବ୍ୟ ରଖିବା ସହିତ ପ୍ରଶାସନ ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ କରୁଥିବା ସରକାରୀ ସୁବିଧାସୁଯୋଗ ବିଷୟରେ ସଚେତନ କରିଥିଲେ l ବରିଷ୍ଠ ନାଗରିକମାନଙ୍କୁ ସରକରଙ୍କ ତରଫରୁ ମିଳୁଥିବା ବିଭିନ୍ନ ଯୋଜନାର କିଭଳି ଲାଭ ଉଠାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସଦାସର୍ବଦା ତତ୍ପର ବୋଲି ଜିଲ୍ଲାପାଳ କହିଥିଲେ  । 

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ଵାଇ, ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରପାଳ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ସମ୍ବର୍ଦ୍ଧିତ ହେଲେ ଶତାୟୁ ନାଗରିକ

ଇଟିଭି ଭାରତ,ଝାରସୁଗୁଡ଼ା

ABOUT THE AUTHOR

...view details