ଓଡିଶା

odisha

innovative efforts to thirst of animals

ETV Bharat / videos

ଚଢ଼େଇଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ କୁନି ପିଲାଙ୍କ ପ୍ରୟାସ

By

Published : May 12, 2023, 4:50 PM IST

ବାଲେଶ୍ବର :ପ୍ରବଳ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରଚଣ୍ଡ ଖରାରେ ଘରୁ ବାହାରିବା ଏବେ ଅସମ୍ଭବ ହେଲାଣି । ଦିନ 12ଟା ସୁଦ୍ଧା ବାଲେଶ୍ଵରରେ ତାପମାତ୍ରା 34 ଡିଗ୍ରୀ ଉପରେ ରହୁଥିବା ବେଳେ ଗୁଳୁଗୁଳି ଅସହ୍ୟ ହେଉଛି । ଖରାରେ ତଣ୍ଟି ଶୁଖି ଯାଉଥିବାରୁ ଏବେ ମୃଦୁ ପାନୀୟକୁ ଲୋକମାନେ ଆଦରି ତାତିରୁ ସାମାନ୍ୟ ମୁକ୍ତି ପାଉଛନ୍ତି । ଟିକିଏ ଗଛ ମୂଳର ଛାଇ ଦେଖି ଅଟକି ଯାଉଛନ୍ତି ପଥଚାରି । ଏଥିପାଇଁ ଏବେ ଆଖୁରସ, ଲସି ଓ ପଇଡ଼ ଦୋକାନରେ ଦେଖିବାକୁ ମିଳୁଛି ଭିଡ଼ । ଏଥିସହ ସେ ମଣିଷ ହୁଅନ୍ତୁ କିମ୍ବା ନିରୀହ ପଶୁ ପକ୍ଷୀ ଟୋପେ ପାଣି ପାଇଁ ସମସ୍ତେ ହନ୍ତସନ୍ତ । ଏଭଳି ପରିସ୍ଥିତିରେ ପଶୁପକ୍ଷୀଙ୍କୁ ପାଣି ପିଆଇବା ପାଇଁ ଗୋଟେ ପରେ ଗୋଟେ ଅଭିଯାନ ଆରମ୍ଭ ହେଉଥିବା ବେଳେ ବାଲେଶ୍ବର ସହରରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କଲେଜ ଓ ସ୍କୁଲ ପିଲାମାନେ ମିଶି ପକ୍ଷୀଙ୍କ ପାଇଁ ପାନୀୟ ଜଳ ପିଇବାର ବ୍ୟବସ୍ଥା କରିଛନ୍ତି । ବାଲେଶ୍ଵର ସହର ଦାମୋଦରପୁର ଅଞ୍ଚଳର କିଛି ପିଲାମାନେ ମିଶି ନିରୀହ ପକ୍ଷୀମାନଙ୍କ ପାଇଁ ଛୋଟ ପ୍ରୟାସ ଟିଏ କରିଛନ୍ତି । ଯୁବ ସମାଜସେବୀ ଚିତ୍ତରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ କଲେଜ ଛାତ୍ରୀ ପିଙ୍କି ଦାସ ଓ ଦଶମ ଶ୍ରେଣୀ ଛାତ୍ର ଭାଗିରଥ ନାୟକ, ଗୃହିଣୀ ସୂଚନା ସାମଲ, ଛାତ୍ରୀ ଋତୁକ୍ରିଷ୍ଣା ପରିଡ଼ା, ସୁରେନ୍ଦ୍ର କୁମାର ସିଂ, ସାଏନ ଦାସ, ରୋହିତ ଦାସ ପ୍ରମୁଖ ସହଦେବଖୁଣ୍ଟା ଓ ଦାମୋଦରପୁରର ବିଭିନ୍ନ ସ୍ଥାନରେ ମାଟିପାତ୍ର ଝୁଲେଇ ପକ୍ଷୀଙ୍କ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି ।‌ ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଏଥି ସହିତ ସମସ୍ତେ ନିଜ ଘର ଆଗରେ ଏପରି ପାଣିପାତ୍ର ରଖି ମଣିଷପଣିଆ ଦେଖାଇବା ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details