ଓଡିଶା

odisha

ଦିଗପହଣ୍ଡି ବସ ଦୁର୍ଘଟଣା

By

Published : Jun 26, 2023, 8:50 PM IST

ETV Bharat / videos

ଏମିତି ଥିଲା ଦିଗପହଣ୍ଡି ଦୁର୍ଘଟଣାର ଛାତିଥରା ଦୃଶ୍ୟ...

ବ୍ରହ୍ମପୁର: ଆଉ ୧୦ ମିନିଟ ପରେ ଘରେ ପହଞ୍ଚିଥାନ୍ତେ । ହେଲେ ବାଟରେ ଛକିଥିଲା ଜମ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଯାତ୍ରୀବାହି ବସ ଏବଂ ଓଏସ୍‌ଆର୍‌ଟିସି ବସ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ଖଣ୍ଡଦେଉଳି ଗାଁର ସୋନାଲିଙ୍କ ସହିତ ବ୍ରହ୍ମପୁରରେ ଉମେଶଙ୍କ ବିବାହ ହୋଇଥିଲା । ଝିଅକୁ ସନ୍ଧ୍ୟାରେ ବିଦା କରିଥିଲେ ପରିବାର । ଏହାପରେ ରାତିରେ କନ୍ୟା ଘର ଲୋକେ ବର ଘରକୁ ଯାଇ ବିଳମ୍ବିତ ରାତିରେ ଫେରୁଥିଲେ । ଏହି ସମୟେ ଦିଗପହଣ୍ଡି ନିକଟରେ ଯାତ୍ରୀବାହି ବସ ଓ ସରକାରୀ ବସ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଆସୁଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ସେପଟେ ଦୁର୍ଘଟଣାର ଛାତିଥରା ଦୃଶ୍ୟ ବର୍ଣ୍ଣନା କରିଛନ୍ତି ଦୁର୍ଘଟଣା ପୂର୍ବରୁ ବସରୁ ଓହ୍ଲାଇଯାଇଥିବା ସମ୍ପର୍କୀୟ ଓ ଆହତ ବ୍ୟକ୍ତି ।

ABOUT THE AUTHOR

...view details