ପରିକ୍ରମା ପ୍ରକଳ୍ପ ଲୋକାର୍ପିତ, ବର୍ଷା ରୋକିବାକୁ ହୋଇଥିଲା ଇନ୍ଦ୍ର ଗୋବିନ୍ଦ ପୂଜା
Published : Jan 17, 2024, 5:49 PM IST
Parikrama Project Inauguration: ପୁରୀ:ଶ୍ରୀମନ୍ଦିରକୁ ମିଳିଲା ରୂପାନ୍ତରଣର ନୂଆ ସ୍ପର୍ଶ । ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଥିବାବେଳେ ଉତ୍ସବମୁଖର ରହିଛି ଶ୍ରୀକ୍ଷେତ୍ର । ଏନେଇ ଆଚାର୍ଯ୍ୟ ବ୍ରାହ୍ମଣ ପଣ୍ଡିତ ବିଶ୍ବମ୍ବର ଦାଶ ଖୁସି ବ୍ୟକ୍ତ କରି କହିଛନ୍ତି, ବିଧି ଅନୁସାରେ କାର୍ଯ୍ୟକ୍ରମ ଶେଷ ହୋଇଛି । ଯେଉଁଦିନ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେଦିନ ଇନ୍ଦ୍ର ଦେବତା ବର୍ଷା କରାଇଥିଲେ । ଆଜି ମଧ୍ୟ ସକାଳୁ ଦାଣ୍ଡ ପରିଷ୍କାର କରି ଧୋଇଦେଲେ । ଏଥିପାଇଁ ବ୍ରାହ୍ମଣମାନେ ଇନ୍ଦ୍ର ଗୋବିନ୍ଦ ପୂଜା ସହ ପଣାଭୋଗ କରିଥିଲେ । ତା' ପରେ ମେଘ ଅପସରି ଯାଇଥିଲା ।"
ଏହା ମଧ୍ୟ ପଢନ୍ତୁ...ଶ୍ରୀକ୍ଷେତ୍ରରେ ଝିପିଝିପି ବର୍ଷା, ଜୟ ଜଗନ୍ନାଥ ଧ୍ବନିରେ ମୁଖରିତ ଗଗନ ପବନ
ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ସହ ଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି,"ମହାପ୍ରଭୁଙ୍କ ଆଜ୍ଞାରେ ସବିକିଛି ଅତି ସୁନ୍ଦର ଭାବେ ହେଲା । ପରିକ୍ରମା ମାର୍ଗ ଯୁଗ ଯୁଗ ପାଇଁ ତିଆରି ହେଲା ।"
ଇଟିଭି ଭାରତ, ପୁରୀ