ଓଡିଶା

odisha

ଏସିଆଡ ପଦକ ବିଜେତାଙ୍କୁ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ସମ୍ବର୍ଦ୍ଧନା

By ETV Bharat Odisha Team

Published : Oct 11, 2023, 4:20 PM IST

ଏସିଆଡ ପଦକ ବିଜେତାଙ୍କୁ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ:ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ 19ତମ ଏସୀୟ କ୍ରୀଡାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି । ଏହି କ୍ରୀଡାରେ ଅଂଶଗ୍ରହଣ କରି ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ସମ୍ବର୍ଦ୍ଧିତ କରିଛନ୍ତି । ନୂଆଦିଲ୍ଲୀ ମାନେକଶ୍ବ ସେଣ୍ଟରରେ ସମସ୍ତ ଏସିଆଡ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ସ୍ଥଳସେନା ମୁଖ୍ୟ । ଏହାସହିତ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସମ୍ବର୍ଦ୍ଧିତ ଖେଳାଳିଙ୍କ ମଧ୍ୟରେ ସୁନାପୁଅ ନୀରଜ ଚୋପ୍ରା ମଧ୍ୟ ରହିଛନ୍ତି । ଭାରତୀୟ କ୍ରୀଡାବିତ ଏସୀୟ କ୍ରୀଡାରେ ମୋଟ 107 ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ମୋଟ ପଦକରେ 28ଟି ସ୍ବର୍ଣ୍ଣ ପଦକ ରହିଥିଲା ।

ଏହା ବି ପଢନ୍ତୁ...ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଆମ କ୍ରୀଡାବିତମାନେ GOAT

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details