ଓଡିଶା

odisha

ETV Bharat Interview: 'ସବୁଜ ବିପ୍ଳବର ଜନକ ସ୍ବାମୀନାଥନ୍‌ଙ୍କ ଅଧୁରା କାମକୁ ଆଗକୁ ନେବି'

By ETV Bharat Odisha Team

Published : Oct 2, 2023, 7:28 PM IST

seed lady dr swati nayak Interview

ନୂଆଦିଲ୍ଲୀ:ବିଶ୍ବରେ ପ୍ରସିଦ୍ଧି ଲାଭ କରିଛନ୍ତି ଭାରତୀୟ କୃଷି ବିଜ୍ଞାନୀ ତଥା ଓଡ଼ିଆ ଝିଅ ଡ. ସ୍ବାତୀ ନାୟକ । ତାଙ୍କୁ ଚଳିତ ମାସ ତଥା ଅକ୍ଟୋବର 24 ତାରିଖରେ ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆଓ୍ବାର୍ଡ ମିଳିବାକୁ ଯାଉଛି । ସ୍ବାତୀ ବର୍ତ୍ତମାନ ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (IRRI)ରେ ଜଣେ କାର୍ଯ୍ୟରତ ବୈଜ୍ଞାନିକ । । ନୂଆଦିଲ୍ଲୀର IRRIରେ ବିହନ ସିଷ୍ଟମ ଏବଂ ଉତ୍ପାଦ ପରିଚାଳନା ବିଭାଗର ଦକ୍ଷିଣ ଏସିଆ ପ୍ରମୁଖ ରହିଛନ୍ତି ସ୍ବାତୀ । ଆମେରିକାରେ ରହିଥିବା ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥା ପକ୍ଷରୁ ସ୍ବାତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ ଇଟିଭି ଭାରତ ତାଙ୍କ ସହିତ ସ୍ବତନ୍ତ୍ର ଭାବେ ଆଲୋଚନା କରିଛି । ଆଗାମୀ ଦିନରେ ସେ ଭାରତର 'ସବୁଜ ବିପ୍ଳବ'ର ଜନକ ତଥା ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ. ଏସ ସ୍ବାମୀନାଥନ୍‌ଙ୍କ ବାକି ଥିବା କାମକୁ ଆଗକୁ ନେବେ ବୋଲି ଆମ ସହିତ ଆଲୋଚନା କରି କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର...

ଏହା ବି ପଢନ୍ତୁ- ପ୍ରଥମ ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ABOUT THE AUTHOR

...view details