ମାଲକାନଗିରିରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଦିନ ୯ଟା ସମୟରେ ମାଲକାନଗିରି ସହରର ଡିଏନକେ ପଡିଆଠାରେ ରାଜ୍ୟର ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ଏବଂ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହାପରେ ମନ୍ତ୍ରୀ ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କୁ ସ୍ଵାଧୀନତା ଦିବସର ଅଭିନନ୍ଦନ ଜଣାଇବା ସହ ସ୍ବାଧୀନ ଭାରତ ପାଇଁ ବଳିଦାନ ଦେଇଥିବା ଶହୀଦ ଲକ୍ଷ୍ମଣ ନାୟକ, ତାମାଦୋରା, ଗଙ୍ଗାଧର କପେଙ୍କ ଭଳି ବହୁ ସଂଗ୍ରାମୀଙ୍କୁ ମନେପକାଇ ସେମାନଙ୍କ ଅବଦାନ ବିଷୟରେ ଜଣାଇଛନ୍ତି । ଏହାସହିତ ଜିଲ୍ଲାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ସରିଲା ପରେ ମୁଖ୍ୟ ଅତିଥି ଜେଲ୍ ପରିଦର୍ଶନ କରି କଏଦୀମାନଙ୍କୁ ମିଷ୍ଠାନ୍ନ ଏବଂ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବାଣ୍ଟନ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି