ଓଡିଶା

odisha

ବରଗଡ଼ରେ ବଡ଼ ଧରଣର IT ରେଡ଼, ଏକାକାଳୀନ ୮୦ଟି ସ୍ଥାନରେ ଚଢାଉ କରିଛି କେନ୍ଦ୍ରୀୟ ଆୟକର ବିଭାଗ

ETV Bharat / videos

ବରଗଡରେ IT ରେଡ଼, 80ଟି ସ୍ଥାନରେ ଛାପା ମାରିଲା ଆୟକର ବିଭାଗ - କେନ୍ଦ୍ରୀୟ ଆୟକର ବିଭାଗ

By ETV Bharat Odisha Team

Published : Sep 21, 2023, 5:07 PM IST

ବରଗଡ଼: ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗର ଚଢାଉ । ଆଜି ବରଗଡ ଜିଲ୍ଲାର 80ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବ୍ୟାପକ ମାତ୍ରାରେ ଆୟକର ଠକେଇ ହୋଇଥିବା ଅଭିଯୋଗରେ ବରଗଡ଼ ସୋହେଲା ରୋଡ଼ ସ୍ଥିତ ବାଳଗୋପାଳ ଅଏଲ ମିଲ ମାଲିକଙ୍କ ଘର ସମେତ ଫାର୍ମ ହାଉସରେ ରେଡ କରାଯାଇଛି । ବାଳଗୋପାଳ ସହିତ ଲିଙ୍କରେ ଥିବା ବ୍ୟକ୍ତିମାନଙ୍କ ଘର ଓ ବ୍ୟବସାୟିକ ସ୍ଥଳୀରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି l

ବରଗଡ଼ ମହାନ୍ତିପଡ଼ା ସ୍ଥିତ ଗଜାନନ କମ୍ଲେକ୍ସ, ମା' ଶ୍ୟାମା ଏନକ୍ଳେଭର 105 ନମ୍ବର ଘରେ ,ରିଏଲ ଇଷ୍ଟେଡ଼ କାରବାର କରୁଥିବା ବରଗଡ଼ର ବଡ଼ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ, ସୋହେଲା ସ୍ଥିତ ଏକ ଔଷଧ ଦୋକାନରେ ଏପରି ଭିନ୍ନ ଭିନ୍ନ ସ୍ଥାନରେ ଲିଙ୍କ ରହିଥିବା ସମୁଦାୟ 80ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ l ତେବେ ଓମ ପଂସାରୀ, ଅନିଲ ଆଗ୍ରୱାଲ, ସୁବାଷ କର, ଆନନ୍ଦ ମହାପାତ୍ର ଏପରି ଅନେକ ବ୍ୟବସାୟିଙ୍କ ଘର, ଅଫିସ ଓ ଦୋକାନରେ କେନ୍ଦ୍ରୀୟ ଆୟକର ବିଭାଗର ପୂର୍ବ ଯୋଜନା ମୁତାବକ ଏକାକାଳୀନ ଚଢ଼ାଉ କରିଥିଲା l ଆଗକୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ନିର୍ବାଚନ ଘୋଷଣା ପୂର୍ବରୁ ,ଏପରି ବଡ଼ ବଡ଼ ବ୍ୟବସାୟୀଙ୍କ ଉପରେ କେନ୍ଦ୍ରୀୟ ଟିମ ଚଢାଉ କରିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l


ତେବେ କେନ୍ଦ୍ରୀୟ ଆୟକର ବିଭାଗର 80ଟି ସ୍ଥାନରେ ହୋଇଥିବା ଚଢ଼ାଉର ସମସ୍ତ ପ୍ରକ୍ରିୟା ଶେଷ ହୋଇ ତଦନ୍ତ ଶେଷ ହେଲା ପରେ ଆୟକର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣେ ଅଧିକରୀ ସୂଚନା ଦେଇଛନ୍ତି  । 

ଏହା ମଧ୍ୟ ପଢନ୍ତୁ:IT Raid on DN Group: ଖୋଜା ପଡିଛି ୧୩୫ କୋଟିର ରାଜ୍, ସଟର ପକାଇ DN ଗ୍ରୁପ୍ ମାଲିକଙ୍କୁ ଜେରା

ଇଟିଭି ଭାରତ ,ବରଗଡ଼

ABOUT THE AUTHOR

...view details