ଓଡିଶା

odisha

ETV Bharat / videos

ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ, ଆରମ୍ଭରୁ ଚାଷୀ ଅସନ୍ତୋଷ

By

Published : Dec 31, 2022, 9:21 AM IST

Updated : Feb 3, 2023, 8:37 PM IST

ନିଆଳି: ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କ୍ରୟ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଯୋଗାଣ ବିଭାଗ ଅଧିନ ବାଲିଅନ୍ତା ବ୍ଲକର କାକରୁଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ ହୋଇଛି । ଏହି ଅବସରରେ ଭୁବନେଶ୍ଵର ଏସିଏସଓ ଗାୟତ୍ରୀ ପଟ୍ଟନାୟକ ଯୋଗଦେଇ ମଣ୍ଡିର ଉଦଘାଟନ କରିଛନ୍ତି । ଚଳିତ ବର୍ଷ କାକରୁଦ୍ରପୁର ସେବା ସମିତି ଅଧିନରେ ୬୪୯ ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ତେବେ ସରଳ ଓ ସୁବିଧାରେ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ଚାଷୀମାନଙ୍କ ଠାରୁ ସରକାର ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ଆରମ୍ଭରୁ ଟୋକେନ ସମସ୍ୟା ଦେଖାଦେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଇଟିଭି ଭାରତ, ନିଆଳି
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details