ଓଡିଶା

odisha

immersion ceremony of maa kali

ETV Bharat / videos

ପାରମ୍ପରିକ ନୃତ୍ୟ ଗୀତ ସହ ଶୋଭାଯାତ୍ରାରେ ବିଦାୟ ନେଲେ କାଳୀ ଭଉଣୀ - maa kali in bidyadharpur cuttack

By ETV Bharat Odisha Team

Published : Nov 22, 2023, 1:20 PM IST

କଟକ:ସରିଲା ବିଦ୍ୟାଧରପୁରର ପ୍ରସିଦ୍ଧ କାଳୀପୂଜା । ଗତକାଲି ବିଦ୍ୟାଧରପୁରର ବିଭିନ୍ନ କ୍ଲବରେ ସ୍ଥାପିତ ମା' କାଳୀଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ କରାଯାଇଛି । ଏନେଇ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ଭସାଣି ଉତ୍ସବ । ବିଭିନ୍ନ ମେଢ଼କୁ ଏକତ୍ର ନିଆଯାଇ ସ୍ଥାନୀୟ ତାଳଦଣ୍ଡା କେନାଲ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି । ପୂଜା କମିଟି ସଦସ୍ୟମାନଙ୍କ ସମେତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ କାଳୀଙ୍କ ମେଢ଼ ସହିତ ସାହି ପରିକ୍ରମା କରିଥିଲେ । ବାଜା, ବାଦ୍ୟ ଓ ପାରମ୍ପରିକ ନୃତ୍ୟ ଗୀତ ସହ ଶୋଭାଯାତ୍ରାରେ ଯାଇ ମା' କାଳୀଙ୍କୁ ବିଦାୟ ଦେଇଛନ୍ତି ବିଦ୍ୟାଧରପୁରବାସୀ । ଭଷାଣୀ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ଯକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେପଟେ ଦୋଳମଣ୍ଡପ ଠାରେ ବିଦ୍ୟାଧରପୁର ପୂଜା କମିଟି ପକ୍ଷରୁ ସମସ୍ତ ପୂଜାମଣ୍ଡପର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ  ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଅଶ୍ବିନି ପାତ୍ର ଉପସ୍ଥିତ ରହିଥିଲେ । ତେବେ ବଡ଼ ଓ ସାନ କାଳୀ ପୂଜା 4 ଦିନ ଧରି ବେଶ ଧୁମଧାମରେ ପାଳନ କରାଯାଇଥିଲା । କଟକ ସମେତ କଟକ ବାହାରୁ ମଧ୍ୟ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ପାଇଁ ବିଦ୍ୟାଧରପୁରକୁ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- ବିଦ୍ୟାଧରପୁରରେ ବଡ଼ ଓ ସାନ କାଳୀଙ୍କ ନିଆରା ପୂଜା, ୨୧ରେ ମେଲାଣି ନେବେ ମା'

ଇଟିଭି ଭାରତ, କଟକ

ABOUT THE AUTHOR

...view details