ଓଡିଶା

odisha

ରେମୁଣାରେ ବେଆଇନ ବାଲି ଚାଲାଣ

By

Published : Jul 8, 2023, 10:01 PM IST

ETV Bharat / videos

ଫେଲ ମାରିଛି ଅପରେସନ ସ୍ୟାଣ୍ଡ ଷ୍ଟ୍ରମ, ଚାଲିଛି ବେଧଡ଼କ ବେଆଇନ ବାଲି ଉତ୍ତୋଳନ

ବାଲେଶ୍ବର: ରେମୁଣା ତହସିଲ ଅଧୀନରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରୁ ବିଭିନ୍ନ ସୈରାତରୁ ବେଧଡ଼କ ପ୍ରତିଦିନ ଶହଶହ ଟ୍ରିପ ବେଆଇନ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ କିଛି ବର୍ଷ ତଳେ ଏହିସବୁ ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ନିଲାମ ନେଇଥିବା ନିଲାମଧାରୀମାନେ ମଧ୍ୟ ସରକାରଙ୍କ ନିୟମ ମୁତାବକ ଅର୍ଥରାଶି ଜମା କରିସାରିଛନ୍ତି । 

ତେବେ ସୂଚନା ଅଧିକାର ଆଇନ ବଳରେ କିଛି ବ୍ୟକ୍ତି ପ୍ରଶାସନ ଗାଇଡ ଲାଇନ୍ ଉଲ୍ଲଂଘନ କରିଥିବା ଦର୍ଶାଇ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିବା ଯୋଗୁଁ ନିଲାମ ପ୍ରକ୍ରିୟାରେ ଶିଥିଳତା ସୃଷ୍ଟି ହୋଇଥିଲା । ମାତ୍ର ଏହାର ସୁଯୋଗ ନେଇ ପୁରୁଖି, କାଠସଙ୍ଗଡ଼ା ସମେତ ପ୍ରାୟ ପାଞ୍ଚଟି ସୈରାତରୁ ପ୍ରତିଦିନ ଶହଶହ ଟ୍ରାକ୍ଟରରେ ବାଲି ଚାଲାଣ ଚାଲିଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ସୈରାତରୁ ପ୍ରତିଦିନ ପାଞ୍ଚଶହ ଟ୍ରିପ୍ ଅର୍ଥାତ୍ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ବାଲି ଚୋରାଚାଲାଣ ହେଉଛି । ରେମୁଣାର ନୂତନ ତହସିଲଦାର ଅନୁପ କୁମାର ବେହେରା ଦାୟିତ୍ୱ ନେବାପରେ ଅନେକ ଟ୍ରାକ୍ଟର ଓ ଭେଳା ଜବତ କରିବା ସହ ଜୋରିମାନା ମଧ୍ୟ କରିଛନ୍ତି । ତଥାପି ବାଲି ମାଫିଆମାନେ ପ୍ରଶାସନକ ନାକତଳେ ପ୍ରତିଦିନ ବାଲି ଉତ୍ତୋଳନ କରି ଚାଲିଛନ୍ତି । ତେଣୁ ଯେଉଁମାନେ ପାଞ୍ଚବର୍ଷ ପାଇଁ ବାଲିଘାଟ ନିଲାମ ନେଇଥିଲେ ସେମାନେ ଏକ ପ୍ରକାର ହତାଶ ହୋଇପଡ଼ିଛନ୍ତି । ଏହାକୁ ନେଇ କିଛି ବ୍ୟକ୍ତି ରେମୁଣା ତହସିଲଦାରଙ୍କୁ ଭେଟି ଏ ପ୍ରକାର ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ଦାବି କରିଛନ୍ତି । ଏହା ସହିତ ବାଲି ପରିବହନ କରୁଥିବା ଟ୍ରକ, ଟ୍ରାକ୍ଟରଗୁଡ଼ିକୁ ଜବତ କରି ମାଲିକ ଓ ଡ୍ରାଇଭରଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି ।  

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details