ଓଡିଶା

odisha

unique readymade reusable Singhsan

ETV Bharat / videos

Ganapati Festival: ଆସୁଛନ୍ତି ବିଘ୍ନରାଜ, ଚାହିଦାରେ ହାଇଦ୍ରାବାଦୀ ଦୋକାନୀଙ୍କ ସ୍ବତନ୍ତ୍ର ରେଡିମେଡ୍‌ ସିଂହାସନ - ସ୍ବତନ୍ତ୍ର ରେଡିମେଡ୍‌ ସିଂହାସନ

By ETV Bharat Odisha Team

Published : Sep 10, 2023, 6:21 PM IST

ହାଇଦ୍ରାବାଦ:ଆସୁଛନ୍ତି ବିଘ୍ନରାଜ । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ପୂଜା ତିଥି ପଡୁଥିବା ବେଳେ ପୂଜା ବଜାରରେ ଜମିଲାଣି ଭିଡ଼ । ଏଥର ହାଇଦ୍ରାବାଦ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିଛି ରେଡିମେଡ୍‌ ସିଂହାସନ । ଯାହାକି ପରିବେଶ ଅନୁକୂଳ ମଧ୍ୟ । ଏହି ସିଂହାସନରେ ପୂର୍ବରୁ ଆଲୋକୀକରଣ ମଧ୍ୟ ହୋଇଛି । ହିମାୟତନଗରଠାରେ ଦୋକାନୀ ଗୋବିନ୍ଦ ପାଣ୍ଡେ ଏହି ନୂଆ ଧରଣର ସିଂହାସନ ବିକ୍ରି କରୁଥିବା ବେଳେ ଏହାର ଚାହିଦା ବଢିଛି । ଯେକୌଣସି ପୂଜା ଆସିଲେ ଏହାର ସୌନ୍ଦର୍ଯ୍ୟକରଣ ଏକ ଚିନ୍ତାର ବିଷୟ ପାଲଟିଥାଏ । ଦେବତାଙ୍କ ମୂର୍ତ୍ତି ରଖିବା ସ୍ଥାନକୁ ଶ୍ରଦ୍ଧାଳୁ ରଙ୍ଗବେରଙ୍ଗର ଆଲୋକମାଳା ସହ ଅନ୍ୟାନ୍ୟ ଜିନିଷରେ ସୁସଜ୍ଜିତ କରିଥାନ୍ତି । ମାତ୍ର ରେଡିମେଡ ସିଂହାସନରେ ପୂର୍ବରୁ ସେସବୁ ବ୍ୟବସ୍ଥା ହୋଇଥିବାରୁ ଲୋକେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି । ଏହାକୁ ଘରେ ଗଚ୍ଛିତ କରି ରଖିବା ସହ ଅନ୍ୟ ପୂଜାରେ ମଧ୍ୟ ବ୍ୟବହୃତ ହୋଇପାରିବ ବୋଲି ଦୋକାନୀ କହିଛନ୍ତି ।    

ଏହା ବି ଦେଖନ୍ତୁ- Watch: ଆସୁଛନ୍ତି ବିଘ୍ନରାଜ, ହାଇଦ୍ରାବାଦରେ ମନ ମୋହୁଛି ବିଭିନ୍ନ ମୁଦ୍ରାର ଗଣେଶ ମୂର୍ତ୍ତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details