ଓଡିଶା

odisha

husband cheated wife

ETV Bharat / videos

ସରକାରୀ ଚାକିରୀ କହି ଠକିଦେଲା ସ୍ୱାମୀ, ନ୍ୟାୟ ମାଗୁଛି ପତ୍ନୀ - ସରକାରୀ ଚାକିରୀ ନାଁ ରେ ଠକେଇ ଅଭିଯୋଗ

By

Published : May 2, 2023, 8:25 PM IST

ବାଲେଶ୍ବର:ସରକାରୀ ଚାକିରୀ କରିଥିବା କହି ଠକିଲା ସ୍ବାମୀ । ନିଜସ୍ବ ବଡ଼ ଘର, ଅମାପ ସମ୍ପତ୍ତିର ମାଲିକ ଏମିତି ଅନେକ କିଛି ବଡ଼ିମା ଦେଖାଇ ଜଣେ ଯୁବକ ବିବାହ କରିଥିଲେ । ହେଲେ ପରେ ଘଟଣାର ଅସଲି କଥା ପଦାକୁ ଆସିବା ପରେ ବିବାହ କରିଥିବା ସ୍ତ୍ରୀ ଉପରେ ନିର୍ଯ୍ୟାତନା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଏମିତି କି ଯୁବକ ଜଣକ ଅସ୍ଥାୟୀ ଚାକିରୀ କରିଥିବା ବେଳେ ଦୁର୍ନୀତି କରି ଚାକିରିରୁ ବିଦା ହୋଇଥିଲେ। ଏହା ପରେ ସ୍ତ୍ରୀର ବାପାଘରକୁ ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା କୁଳିଦା ଗ୍ରାମରେ।

ସୂଚନା ଅନୁସାରେ, କୁଳିଦା ଗ୍ରାମର ସୁବ୍ରତ ମହାନ୍ତିଙ୍କ ଝିଅ ସମାପ୍ତିକାଙ୍କ ସହିତ ସଦାନନ୍ଦ ପୁର ପଞ୍ଚାୟତ ବାଉଁଶ ମୁଖା ଗ୍ରାମର ମାନସ ରଞ୍ଜନ ଦାସଙ୍କ ପୁଅ ତାପସ ଦାସଙ୍କ ସହିତ ଗତ ୨୦୨୨ ମସିହା ଏପ୍ରିଲ ୨୨ ତାରିଖରେ ବୈଦିକ ରିତିନୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବର ଘରର ଦାବି ମୁତାବକ ସମସ୍ତ ଗହଣା ଆସଭାବ ପତ୍ର ଦେଇଥିଲେ ସମାପ୍ତିକା ମହାନ୍ତିଙ୍କ ବାପଘର ଲୋକେ । ବିବାହ ସମୟରେ ବର ଘର ପକ୍ଷରୁ ବର ତାପସ ବସ୍ତା ବ୍ଲକରେ ସରକାରୀ ଚାକିରୀ କରିଥିବା କହିଥିଲେ। ଭଲ ଘର ,ଅମାପ ସମ୍ପତ୍ତି ଥିବା ଦେଖାଇ ଭୁଆଁ ବୁଲାଇ ନୀରିହ ପରିବାର ଝିଅ ସମାପ୍ତିକାଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରେ ଜଣା ପଡିଥିଲା ସେ ବେସରକାରୀ ଏବଂ ଅସ୍ଥାୟୀ ଚାକିରି ଏହାସହ ଦୁର୍ନୀତି କରି ତାପସ ସେହି ଚାକିରିରୁ ବିତାଡିତ ହୋଇଛନ୍ତି ।

ଚାକିରୀ ଯିବା ପରେ ତାପସ ଅଜା ଆଇଙ୍କ ଘରେ ରହୁଥିବା ଜଣାପଡିଥିଲା । ଏହି ସବୁ ଜାଣିବା ପରେ କୌଣସି କାମଧନ୍ଦା କରିବା ପାଇଁ ସମାପ୍ତିକା କହିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ବାପଘରୁ ୨ ଲକ୍ଷ ଟଙ୍କା ଓ ମଟର ସାଇକେଲ ଆଣିବା ପାଇଁ କହିଥିଲେ ତାପସ ଏବଂ ତାଙ୍କ ପରିବାର ଲୋକ। ସମାପ୍ତିକାଙ୍କ ବାପା ଜଣେ ଗରିବ ପରିବାରର ହୋଇ ଥିବାରୁ ‌ବାପଘର ଲୋକେ ଏହାକୁ ଦେବା ପାଇଁ ଅସମର୍ଥ ହେବାରୁ ସମାପ୍ତିକାଙ୍କ ଶାଶୁ ଘର ଲୋକେ ସବୁ ସମୟରେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଏମିତିକି ଜୀବନରୁ ମାରିଦେବା ପାଇଁ ସମାପ୍ତିକାଙ୍କ ବେକରେ ଶାଢୀ ଗୋଡ଼ାଇ ହତ୍ୟା ଉଦ୍ୟମ କରିଥିବା ନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମାପ୍ତିକା। ଏନେଇ ଗତ ମାର୍ଚ୍ଚ ମାସ ୨୭ ତାରିଖ ସମାପ୍ତିକା ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ। ଏ ବାବଦରେ ଥାନାକୁ ଯାଇ ପଚାରିବାରୁ ପୋଲିସ ଦୁର୍ବ୍ୟବହାରର କରିଥିବା ଅଭିଯୋଗ କରିଛନ୍ତି ସମାପ୍ତିକା ।    

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details