ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା, କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର - ପାରାଦ୍ବୀପରେ ସମୁଦ୍ର ଅଶାନ୍ତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଏହାସହ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ ପ୍ରବଳ ଲହଡି ମାଡ଼ ହେବାସହ ସ୍ଥାନୀୟ ଗ୍ରାମ ଗୁଡିକରେ ଲୁଣାପଣି ପଶିଯାଇଛି । ଲଘୁଚାପ ହେବକ୍ଷଣି ସମୁଦ୍ର ଅଶାନ୍ତ ରହୁଛି ଫଳରେ ବଡ଼ ବଡ଼ ଜୁଆର ଜନ ବସତି ଆଡକୁ ମାଡି ଆସୁଥିବାରୁ ଚାଷଜମି ଏବଂ ଘରଦ୍ୱାର କ୍ଷତିଗ୍ରସ୍ତ ହେଉଛି । ଏରସମା ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରେ ସମୁଦ୍ର କୁଳ ଲଙ୍ଘିବା ସହ ଜନ ବସତି ମୁଂହl ହୋଇଛି । ସେହିଭଳି ପାରାଦ୍ୱୀପ ନେହୁର ବଙ୍ଗଳା ନିକଟରେ ଉଚ୍ଚ ଜୁଆର ଆସୁଥିବାରୁ ବସ୍ତି ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:26 PM IST