ଓଡିଶା

odisha

Huge Crowd in Biraja Temple

ETV Bharat / videos

2024ର ପ୍ରଥମ ଦିନ, ମା' ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ - ବିରଜାଙ୍କ ପୀଠରେ ଭିଡ

By ETV Bharat Odisha Team

Published : Jan 1, 2024, 4:14 PM IST

Huge Crowd in Biraja Temple ଯାଜପୁର:ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ। ନୂଆ ବର୍ଷକୁ ନେଇ ସବୁଠି ଉତ୍ସାହର ମାହୋଲ। ଏଥିପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରୁ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି । 2024 ବର୍ଷ କିପରି ଭଲରେ କଟିବ ଏବଂ ନବବର୍ଷର ପ୍ରଥମ ଦିନରେ ମା'ଙ୍କ ଆଶିଷ କାମନା ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତଙ୍କ ବିପୁଳ ସମାଗମ ହୋଇଛି। ତେବେ ଜନସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଏହି ଆଧ୍ୟାତ୍ମିକ ସହରରେ ଧର୍ମ ବିଶ୍ୱାସୀ ଜନସାଧାରଣ ଦେବୀ ମା' ବିରଜାଙ୍କ ଦର୍ଶନ କରି ନୂତନ ଇଂରାଜୀ ନବବର୍ଷ 2024କୁ ସ୍ୱାଗତ କରିଛନ୍ତି ।
ଏହା ମଧ୍ଯ ପଢନ୍ତୁ: ନୂଆବର୍ଷ ୨୦୨୪: ବାବା ରାମେଶ୍ୱରଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details