ଓଡିଶା

odisha

natya mohatsav 2023

ETV Bharat / videos

ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ୨୦୨୩: ଦର୍ଶକଙ୍କୁ ବାନ୍ଧି ରଖିଲା ଉର୍ଦ୍ଦୁ ନାଟକ - ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ୨୦୨୩

By

Published : Mar 22, 2023, 9:48 AM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଠାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ୨୦୨୩ । ପାରାଦ୍ୱୀପ ସ୍ଥିତ ସ୍ଥାନୀୟ ଜୟଦେବ ସଦନ ଠାରେ ଆୟୋଜିତ ଏହି ନାଟ୍ୟ ମହୋତ୍ସବ ଦୀର୍ଘ ୧୦ ଦିନ ଧରି ଚାଲିବ । ଏହି ନାଟ୍ୟ ମହୋତ୍ସବରେ ଓଡ଼ିଆ, ହିନ୍ଦୀ, ବେଙ୍ଗାଳି, ଉର୍ଦ୍ଦୁ, ତାମିଲ, ତେଲୁଗୁ, ମାଲାଲୟମ, ଗୁଜୁରାଟୀ, ମରାଠୀ ଆଦି ଭାଷାରେ ନାଟକ ମଞ୍ଚସ୍ଥ ହେବ । ରବିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ସୋମବାର ଦିନ ଊର୍ଦ୍ଦୁ ନାଟକ ଲମହୋ କି ମୂଲାକାତ ପରିବେଷଣ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଆ ନାଟକ 'ପୁନଶ୍ଚ ଅବୋଲକରା' ପରିବେଷଣ ହୋଇଛି । ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ନାଟକ ମାଧ୍ୟମରେ ଦର୍ଶକ ଭିନ୍ନ ଭିନ୍ନ ରାଜ୍ୟର କଳା ସଂସ୍କୃତି ଓ ପରମ୍ପରାର ଶୈଳୀ ଦେଖିବାକୁ ମିଳିଥିଲା । ଦେଶର ଅନେକ ରାଜ୍ୟରୁ ପ୍ରତିଷ୍ଠିତ କଳାକାର ଓ ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details