ଓଡିଶା

odisha

ପ୍ରବଳ ବର୍ଷାରେ ବେହାଲ ନୂଆପଡ଼ା

ETV Bharat / videos

ବର୍ଷା ବିତ୍ପାତ: ଭୁଶୁଡ଼ିଲା ଘର, ଲୋୟର ଇନ୍ଦ୍ର ଡ୍ୟାମରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ - heavy rain in nuapada

By

Published : Aug 2, 2023, 8:08 PM IST

ନୂଆପଡା:  ବହୁ ପ୍ରସିଦ୍ଧ ଲୋୟର ଇନ୍ଦ୍ର ଡ୍ୟାମରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଡ୍ୟାମର 2ଟି ଗେଟକୁ ଖୋଲିଛି ପ୍ରଶାସନ । ଏହା ଚଳିତ ବର୍ଷର ପ୍ରଥମ ବର୍ଷା ଜଳ ନିଷ୍କାସନ ପଦକ୍ଷେପ ଅଟେ । ଏନେଇ ଆଜି ଲୋୟର ଇନ୍ଦ୍ର ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖୁଣ୍ଟିଆ ସୂଚନା ଦେଇଛନ୍ତି । ଗତ କିଛିଦିନ ହେବ ଆଖପାଖ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । 

ଏହାର ପ୍ରଭାବରେ ଉପର ମୁଣ୍ଡରୁ ଲୋୟର ଇନ୍ଦ୍ର ଡ୍ୟାମ ରିଜର୍ଭ ଭିତରକୁ ପାଖାପାଖି 300 କ୍ୟୁସେକ୍ ବର୍ଷାଜଳ ପ୍ରବେଶ କରୁଛି । ଫଳରେ ଲୋୟର ଇନ୍ଦ୍ର ଡ୍ୟାମର ଜଳ ସଂଗ୍ରହ କ୍ଷମତା 262.80 ମିଟର ଅତିକ୍ରମ କରି ସାରିଲାଣି । ତେଣୁ 250 କ୍ୟୁସେକ୍ ଜଳ ନିଷ୍କାସନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖୁଣ୍ଟିଆ କହିଛନ୍ତି, "ଗେଟ୍‌ ଖୋଲିବା ପୂର୍ବରୁ ତଳ ମୁଣ୍ଡର ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି ।"
 

ସେପଟେ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମାଟି ଛପର ଘର ଭୁଶୁଡି ଧୂଳିସାତ ହୋଇପଡିଛି । ତେବେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ । ହେଲେ ବାସଗୃହ ହରାଇ ସେମାନେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ସଦର ମହକୁମାଠାରୁ 70 କିଲୋମିଟର ଦୂର ଖଡ଼ିଆଳ ବ୍ଲକ ସ୍ଥିତ ସାନପଡା ଗ୍ରାମରେ ଦେଖାଦେଇଛି ଅଭାବନୀୟ ଦୃଶ୍ୟ । ଗାଁର ତାରେଶ୍ୱର ଭୋଇଙ୍କ ମାଟି ଘର ଅସହ୍ୟ ବର୍ଷା ପାଣିରେ ଭୁଶୁଡି ପଡ଼ିଥିବା ଜମାପଡିଛି । ଛପର, କାଠ, ବାଉଁଶ, ମାଟି ସବୁ ପାଣିରେ ମିଶି ଧୂଳିସାତ ହୋଇଯାଇଥିବା ଦେଖାଦେଇଛି । ସେପଟେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି, ଘନେଇଲା ବନ୍ୟା ଆଶଙ୍କା

ଘର ଭାଙ୍ଗି ଯିବାପରେ ପରିବାରର ସଦସ୍ୟମାନେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ଅପରପକ୍ଷେ, ସେମାନେ ଆର୍ଥିକ ଅନଗ୍ରସର ହୋଇଥିବା କାରଣରୁ ତାରେଶ୍ୱର ଭୋଇଙ୍କ ପକ୍ଷରେ ନୂତନ ଘର ନିର୍ମାଣ କରିବା ସମ୍ଭବ ନୁହେଁ । ତେଣୁ  "ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରି ତାରେଶ୍ୱର ଭୋଇଙ୍କ ପରିବାରଙ୍କୁ ବାସଗୃହ କିମ୍ବା ସରକାରଙ୍କ ବିଜୁ ପକ୍କାଗୃହ ଯୋଜନାରେ ଘର ଯୋଗାଇ ଦିଅନ୍ତୁ" ବୋଲି ତାରେଶ୍ବର ନିବେଦନ କରିଛନ୍ତି।

ଇଟିଭି ଭାରତ, ନୂଆପଡ଼ା 

ABOUT THE AUTHOR

...view details