Uttarakhand rain disaster: ପ୍ରାକୃତିକ ବିପର୍ଯ୍ୟୟରେ ବେହାଲ ଉତ୍ତରାଖଣ୍ଡ, ଭାଙ୍ଗିଲା ହୋଟେଲ ଭାସିଲେ ଲୋକେ - ଭାସିଲେ ଲୋକେ
ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ବର୍ଷା, ବନ୍ୟା ପରେ ଭୂସ୍ଖଳନରେ ବେହାଲ ହୋଇପଡ଼ିଛି ରାଜ୍ୟ । ହଠାତ ନଦୀର ଜଳସ୍ତର ବୃଦ୍ଧି ହେବା ପରେ ଚାରିଆଡେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିକାସନଗର ନିକଟରେ ୧୫ ଜଣ ପାଣିରେ ଭାସିଯାଉଥିବା ସମୟରେ ସେମାନଙ୍କୁ ଉଦ୍ଧାକକାରୀ ଟିମ ଉଦ୍ଧାର କରିଛି । ସେପଟେ ସେଲାକୁଇ ନିକଟରେ ଥିବା ଫ୍ୟାକ୍ଟ୍ରିରେ ଫସିଥିଲେ ୧୦ ଜଣ ଶ୍ରମିକ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି । କେଉଁଠି ଲୋକେ ଭାସି ଯାଉଥିବା ବେଳେ କେଉଁଠି ଭାଙ୍ଗିଛି ହୋଟେଲ, ଫ୍ୟାକ୍ଟ୍ରି । ସେହିପରି ଭୂସ୍ଖଳନ ମଧ୍ୟ ଚିନ୍ତା ବଢାଇଛି । ରାସ୍ତାରେ ହଠାତ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ ଅବରୋଧ ରହିଛି । ବିଭିନ୍ନ ସ୍ଥାନରେ ପାଣିରେ ଲୋକେ ଫସିଥିବା ଖବର ଆସୁଥିବା ବେଳେ ଏନଡିଆରଏଫ ଟିମ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି । ତେବେ ଏବେ କିପରି ରହିଛି ଉତ୍ତରାଖଣ୍ଡର ସ୍ଥିତି ? ଦେଖନ୍ତୁ ଏହି ରିପୋର୍ଟ