ଓଡିଶା

odisha

ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲା 'ଆସ୍ଥା'

By

Published : Jun 6, 2023, 10:24 PM IST

ETV Bharat / videos

Train Tragedy: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆଶୁ ଆରୋଗ୍ୟ କାମନା

ରାଉରକେଲା: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପାଇଁ ଦେଶ ବିଦେଶରୁ ଛୁଟୁଛି ସମବେଦନାର ସୁଅ । ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି । ଏହାରି ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କୁ ରାଉରକେଲା ଆସ୍ଥା ଏନ୍‌ଜିଓ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । 

ଏହା ସହିତ ଏବେ ମଧ୍ୟ ଭୁବନେଶ୍ବର, କଟକ, ବାଲେଶ୍ବର ଓ ସୋର ଭଳି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଛି ଏହି ଏନ୍‌ଜିଓ । ରାଉରକେଲା ସେକ୍ଟର ୨ ଠାରେ ରାଉରକେଲା ଆସ୍ଥା ଏନ୍‌ଜିଓ ପକ୍ଷରୁ ଦୀପ ପ୍ରଜ୍ବଳନ କରି ସମସ୍ତ ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହାର କର୍ମକର୍ତ୍ତା । ଏହା ସହିତ ଦୁର୍ଘଟଣାରେ ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକ ସ୍ଥଳେ ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଆସ୍ଥା ଏନ୍‌ଜିଓର କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ରାଉରକେଲା

ABOUT THE AUTHOR

...view details