ବାଲିରେ ବିଶାଳକାୟ ହକି ଷ୍ଟିକ, ସ୍ଥାନପାଇଛି ସମସ୍ତ ଦେଶର ଜାତୀୟ ପତାକା - ବାଲିର ହକି ଷ୍ଟିକ
କଟକ: ବିଶ୍ବ ଦେଖିବ ସବୁଠୁ ବଡ଼ ହକି ଷ୍ଟିକ । କଟକ ବାଲିଯାତ୍ରା ପଡିଆରେ ବିଶାଳକାୟ ହକି ଷ୍ଟିକ ନିର୍ମାଣ କରିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ହକି ବିଶ୍ବକପର ଉଦଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। 100 ଟନ ବାଲିରେ ନିର୍ମାଣ ହୋଇଛି ଏହି ବାଲୁକା କଳା। ଏହି ହକି ଷ୍ଟିକର ଲମ୍ବ ରହିଛି 100 ଫୁଟ। ଯାହା ବିଶ୍ବର ସବୁଠୁ ବଡ଼ ଓ ଲମ୍ବା ଷ୍ଟିକ । ଯେଉଁଥିରେ ବିଶ୍ବକପରେ ଭାଗ ନେଉଥିବା ସମସ୍ତ ଦେଶର ଡାତୀୟ ପତାକା ରହିଛି। ଏହାସହ ଶହଶହ ହକି ବଲ ଏହି ବାଲୁକା କଳାରେ ନିଖୁଣ ଭାବରେ ସଜିତ କରିଛନ୍ତି ବାଲୁକା ଶିଳ୍ପୀ। ତେବେ ଏହା ଆସନ୍ତାକାଲି ସର୍ବ ସାଧାରଣ ନିମନ୍ତେ ଖୋଲାଯିବ। ଏହି ବାଲୁକା କଳାର ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ସୂଦର୍ଶନ ପଟ୍ଟନାୟକ। ପୂର୍ବରୁ ବାଲିଯାତ୍ରାରେ ଏକ ନିଆରା ବାଲୁକାକଳା କରିଥିଲେ ସୁଦର୍ଶନ ପଟ୍ଟନାୟକ । ଯାହାର ସ୍ବତନ୍ତ୍ରତା ହେଲା ବୋଇତରେ 25 ହଜାରରୁ ଉର୍ଦ୍ଧ୍ବ ଦୀପ ରହିଥିଲା ।
Last Updated : Feb 3, 2023, 8:38 PM IST