ଓଡିଶା

odisha

ETV Bharat / videos

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ, ଟିକେଟ କିଣି ଉତ୍ସାହିତ ଛାତ୍ରଛାତ୍ରୀ - ticket for inauguration ceremony

By

Published : Jan 6, 2023, 4:19 PM IST

Updated : Feb 3, 2023, 8:38 PM IST

କଟକ: ଆସନ୍ତା 11 ତାରିଖରେ କଟକରେ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ଏଥିପାଇଁ କଟକରେ ଚାଲିଛି ଅଫଲାଇନ ଟିକେଟ ବିକ୍ରି । ସହରର ୮ ଟି ଶିକ୍ଷାନୁଷ୍ଠାନରେ ମିଳୁଛି ଟିକେଟ। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଜେକେବିକେ କଲେଜ, ଖ୍ରୀଷ୍ଟ କଲେଜ, ଷ୍ଟୁଆର୍ଟ କଲେଜ, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା। ଅନଲାଇନରେ ଟିକେଟ କିଣିଥିବା ବ୍ୟକ୍ତିଙ୍କ ପାଇଁ ରିଡେମ୍ପସନ ସେଣ୍ଟର ଖୋଲାଯାଇ ଟିକେଟ ଯୋଗାଇ ଦିଆଯାଉଛି। ଅରୁଣଦୟ ମାର୍କେଟ, ଚୌଧୁରୀବଜାର ବିଗବଜାର, ସେକ୍ଟର ୬ ସିଡିଏ ମାର୍କେଟ କମ୍ପ୍ଲେକ୍ସ, ନୂଆବଜାର ବ୍ଲକ କାର୍ଯ୍ୟାଳୟରେ ରିଡେମ୍ପସନ ସେଣ୍ଟର ଖୋଲାଯାଇଛି। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୧ ତାରିଖରେ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ। ଗତ ୨୮ ତାରିଖରୁ ଆରମ୍ଭ ହୋଇଛି ଅନଲାଇନରେ ଟିକେଟ ବିକ୍ରି। ତେବେ ଅଫଳାଇନ ଟିକେଟ କିଣି ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। ଇଟିଭି ଭାରତ, କଟକ
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details