ଓଡିଶା

odisha

Hockey World Cup: ଖେଳାଳିଙ୍କ ହୋଟେଲ ବୁଲି ଯାଞ୍ଚ କଲେ ଡିସିପି

By

Published : Dec 31, 2022, 8:39 AM IST

Published : Dec 31, 2022, 8:39 AM IST

Updated : Feb 3, 2023, 8:37 PM IST

ଭୁବନେଶ୍ବର: ହକି ବିଶ୍ଵକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଡିସିପିଙ୍କ ତତ୍ୱାବଧାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ବିଶ୍ୱକପରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଦଳ ଭୁବନେଶ୍ୱରର 9ଟି ହୋଟେଲରେ ରହିବେ। ଏହାକୁ ନେଇ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜଣେ ଆଡିସିନାଲ ଡିସିପିଙ୍କ ନେତୃତ୍ୱରେ 18 ପ୍ଲାଟୁନ ପୋଲିସ ଫୋର୍ସ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯାଇଛି । ଖେଳାଳିଙ୍କୁ 24 ଘଣ୍ଟିଆ ମନିଟର କରିବା ପାଇଁ ମଧ୍ୟ ଟିମ ମୁତୟନ କରାଯାଇଛି। ସେହିପରି ଖେଳାଳିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିବା ଏବଂ ସେମାନଙ୍କ ପସନ୍ଦର ଖାଦ୍ୟ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details