ଓଡିଶା

odisha

Hirakud gate

ETV Bharat / videos

Hirakud: ଖୋଲିଲା ଆଉ 4 ଗେଟ, 12 ଗେଟରେ ହେଉଛି ବନ୍ୟା ଜଳ ନିଷ୍କାସନ - ହୀରାକୁଦ ଡ୍ୟାମ

By

Published : Jul 25, 2023, 6:43 PM IST

ସମ୍ବଲପୁର:ଛତିଶଗଡ଼ର କଲମା ବ୍ୟାରେଜ ଖୋଲିବା ପରେ ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର ।  ପୁଣି ଖୋଲିଲା ହୀରାକୁଦର 4 ଗେଟ । ଏବେ ମୋଟ ୧୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ ।  ଗତ 23 ତାରିଖରେ ଚଳିତ ମୌସୁମୀର ପ୍ରଥମ ବନ୍ୟଜଳ ନିଷ୍କାସନ ପାଇଁ ହୀରାକୁଦର 5ଟି ଗେଟ ଖୋଲା ଯାଇଥିବା ବେଳେ ଗତକାଲି ପୁଣି 3ଟି ଗେଟ ଖୋଲା ଯାଇଥିଲା । ତେବେ ଜଳ ଭଣ୍ଡାରର ଜଳ ସ୍ତର ହ୍ରାସ ପାଉନଥିବା ଯୋଗୁଁ ଆଜି ପୁଣି 4ଟି ଗେଟ ଖୋଲିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ।  

ଏହା ବି ପଢନ୍ତୁ-  ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଖୋଲିଲା ଆଉ 3ଟି ଗେଟ୍‌

ଅନ୍ୟପଟେ ଆଗକୁ ଲଘୁଚାପ ଜନିତ ବର୍ଷର ସମ୍ଭାବନାକୁ ଦୃଷ୍ଟିରେ ରଖି ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର 613.77 ଫୁଟ ରହିଛି ।  ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 38 ହଜାର 861 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 12ଟି ଗେଟ ଓ କେନାଲ ଓ ପାୱାର ଚ୍ୟାନେଲ ଦେଇ ସେକେଣ୍ଡ ପ୍ରତି ତଳମୁଣ୍ଡ ମହାନଦୀକୁ 2 ଲକ୍ଷ 19 ହଜାର 108 କ୍ୟୁସେକ ବନ୍ୟଜଳ ନିଷ୍କାସନ ହେଉଛି । କର୍ଭ ରୁଲ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ହୀରାକୁଦର ଜଲ ସ୍ତରକୁ 605 ଫୁଟକୁ ଖସାଇବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details