ଓଡିଶା

odisha

Sambalpur Violence: ନ୍ୟାୟ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପସିଲେ ହିନ୍ଦୁ ସଂଗଠନ

By

Published : Apr 17, 2023, 5:28 PM IST

Sambalpur Violence

ଖୋର୍ଦ୍ଧା:ସମ୍ବଲପୁରରେ ନିରୀହ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଖୋର୍ଦ୍ଧାରେ ଆଗକୁ ଆସିଛି ସଂଗଠିତ ହିନ୍ଦୁ ସମାଜ । ଆଜି ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି ସଂଗଠିତ ହିନ୍ଦୁ ସମାଜର କର୍ମକର୍ତ୍ତା । ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଅବସରରେ ହୋଇଥିବା ପଥରମାଡ଼ର ପ୍ରତିବାଦରେ ଆଜି ଖୋର୍ଦ୍ଧା ସଂଗଠିତ ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଆଜି ଏକ ବିରାଟ ଶୋଭାଯାତ୍ରାରେ ସଂଗଠିତ ହିନ୍ଦୁ ସମାଜର କର୍ମକର୍ତ୍ତା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି ।  

ଏହା ବି ପଢନ୍ତୁ- Sambalpur Violence: ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି, ସ୍ଥିତି ସ୍ବଭାବିକ ପାଇଁ ଘନ ଘନ ବୈଠକ

ସମ୍ବଲପୁରରେ ବାଇକ ଶୋଭାଯାତ୍ରାରେ ନିର୍ଦ୍ଦିଷ୍ଟ କିଛି ଗୋଷ୍ଠୀର କର୍ମକର୍ତ୍ତା ଘଟାଇଥିବା ଦଙ୍ଗା ପରିସ୍ଥିତିକୁ ସଂଗଠିତ ହିନ୍ଦୁ ସମାଜ ଦୃଢ ନିନ୍ଦା କରିବା ସହ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫଦାରୀ କରିବା ପାଇଁ ଦାବି କରାଯାଇଛି । ସେହିଭଳି ଶାନ୍ତିପୂର୍ଣ୍ଣ ଓଡିଶା ମାଟିରେ ଏଭଳି ନକରିବାକୁ ଚେତାବନୀ ଦେଇଛନ୍ତି । ଅନୁରୂପ ଭାବେ ଖୋର୍ଦ୍ଧା ସହରରେ ବାଙ୍ଗଲାଦେଶୀମାନେ ଯେଭଳି ଅନୁପ୍ରବେଶ କରି ସରକାରୀ ଜମି ଜବରଦଖଲ ଓ ଅବୈଧ କବ୍‌ଜା କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଗୋଚାଲାଣର ହବ୍‌ ପାଲଟିଥିବା ଖୋର୍ଦ୍ଧାରୁ କିଭଳି ଗୋ ଚାଲାଣ ବନ୍ଦ ହେବ ସେନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details